Advertisment

ଡ୍ରେନରୁ ଓ ଡଷ୍ଟବିନ୍‌ରୁ ମିଳିଲା ନବଜାତ ଶିଶୁକନ୍ୟାଙ୍କ ମୃତଦେହ

ବଲାଙ୍ଗିର/କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବ୍ୟାପକ ପ୍ରଚାର ପ୍ରସାର ପରେ ସୁଧୁରିନି ମଣିଷ ସମାଜ। କେତେବେଳେ ନବଜାତ ଶିଶୁକନ୍ୟାକୁ ରାସ୍ତାକଡ଼ରେ ଛାଡ଼ି ଚାଲିଯାଉଛି ମା’ ତ ଆଉ କେତେବେଳେ ମୃତ ଶିଶୁକନ୍ୟାକୁ ବ୍ୟାଗରେ ପୁରାଇ ଡ୍ରେନ୍‌ରେ ପକାଇ ଦେବାକୁ ବା ଡଷ୍ଟବିନ୍‌ରେ ଫୋପାଡ଼ି ଦେବାକୁ ପଛଉ ନାହିଁ। ଆଜି ବଲାଙ୍ଗିର ଜିଲ୍ଲାରେ ଦୁଇଟି ସ୍ଥାନରୁ ଦୁଇଟି ନବଜାତ କନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ସହର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଏମସିଏଚ କୋଠା ପଛପଟେ […]

ଅଦ୍ୟତନ ହୋଇଛି
ଡ୍ରେନରୁ ଓ ଡଷ୍ଟବିନ୍‌ରୁ ମିଳିଲା ନବଜାତ ଶିଶୁକନ୍ୟାଙ୍କ ମୃତଦେହ

drain

Advertisment

ବଲାଙ୍ଗିର/କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବ୍ୟାପକ ପ୍ରଚାର ପ୍ରସାର ପରେ ସୁଧୁରିନି ମଣିଷ ସମାଜ। କେତେବେଳେ ନବଜାତ ଶିଶୁକନ୍ୟାକୁ ରାସ୍ତାକଡ଼ରେ ଛାଡ଼ି ଚାଲିଯାଉଛି ମା’ ତ ଆଉ କେତେବେଳେ ମୃତ ଶିଶୁକନ୍ୟାକୁ ବ୍ୟାଗରେ ପୁରାଇ ଡ୍ରେନ୍‌ରେ ପକାଇ ଦେବାକୁ ବା ଡଷ୍ଟବିନ୍‌ରେ ଫୋପାଡ଼ି ଦେବାକୁ ପଛଉ ନାହିଁ। ଆଜି ବଲାଙ୍ଗିର ଜିଲ୍ଲାରେ ଦୁଇଟି ସ୍ଥାନରୁ ଦୁଇଟି ନବଜାତ କନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ବଲାଙ୍ଗିର ସହର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଏମସିଏଚ କୋଠା ପଛପଟେ ଥିବା ଏକ ଡ୍ରେନ ଭିତରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ନବଜନ୍ମିତ ଶିଶୁକନ୍ୟାଟିକୁ କେହି ବ୍ୟାଗରେ ପୁରାଇ ଡ୍ରେନରେ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଛୁଆଟିକୁ ଜୀବିତ ଅବସ୍ଥାରେ ବ୍ୟାଗରେ ଭର୍ତ୍ତି କରି ନାଳରେ ଫୋପାଡ଼ି ଦିଆଯାଇଥିଲା ନା ମରିବା ପରେ ଫୋପାଡ଼ି ଦିଆଯାଇଥିଲା, ତାହା ସ୍ପଷ୍ଟ ହୋଇପାରିନି। ଅନ୍ୟପକ୍ଷରେ ହସପିଟାଲ କର୍ତ୍ତୃପକ୍ଷଙ୍କର ଏନେଇ କୌଣସି ପ୍ରତିକିୟା ମିଳିନାହିଁ। ବଲାଙ୍ଗିର ଟାଉନ୍‌ରେ ଏପରି ଘଟଣା ଘଟିବା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି।

ସେହିପରି ଜିଲ୍ଲାର କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଏକ ଡଷ୍ଟବିନ୍‌ରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ସଫେଇ କର୍ମଚାରୀ ଡଷ୍ଟବିନ୍ ସଫା କରିବାକୁ ନେଇଥିଲା ବେଳେ ମୃତଦେହଟିକୁ ଦେଖିଥିଲେ। କିଏ ଓ କାହିଁକି ନବଜାତଟିକୁ ଫୋପାଡ଼ିଲା, ତାହା ଜଣାପଡ଼ିନି। ଘଟଣାର ତଦନ୍ତ ଚାଲିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe