ପରିତ୍ୟକ୍ତ କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଉଚ୍ଛୁଳା ଗାଁର ଏକ ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ କୂଅ ଭିତରୁ ଆଜି ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ନମିତା ରାଉତ। ଗତ ୫ ଦିନ ହେବ ନମିତା ନିଖୋଜ ଥିଲେ। ସେ ଉଛୁଲା ଗ୍ରାମରେ ବିବାହ କରିଥିଲେ।

ଏନେଇ ଜୟପାଟଣା ଥାନାରେ ଏକ ନିଖୋଜ ମାମଲା ଦାୟର ହୋଇଥିଲା। ଆଜି ତାଙ୍କର ମୃତଦେହ ମଳିବା ପରେ  ନମିତାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ନମିତାଙ୍କ ମୃତଦେହ ବାହାର କରିଛନ୍ତି। ଏହି ଘଟଣାର ନମିତାଙ୍କ ସ୍ୱାମୀ ନାକୁଳ ରାଉତଙ୍କୁ  ପୋଲିସ ଅଟକ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।