ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଦିନକ ପୂର୍ବରୁ କୁମ୍ଭୀର ଟାଣି ନେଇଯାଇଥିବା ମଇଁଷି ଚରାଳିଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। । ମୃତକଙ୍କ ନାଁ ରଞ୍ଜନ ମହାନ୍ତି। ତାଙ୍କ ଘର ସାତଭାୟା ଗାଁରେ।
ସୂଚନାଅନୁସାରେ, ଗତ ୭ ତାରିଖରେ ରଞ୍ଜନ ମଇଁଷିଙ୍କୁ ନଦୀ ପାର କରାଉଥିଲେ। ଏହି ସମୟରେ ମଇଁଷି ପିଠିରୁ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଗତକାଲି ତାଙ୍କ କ୍ଷତ ବିକ୍ଷତ ମୃତଦେହ ଭିତରକନିକା ଜାତୀୟ ଉଦ୍ୟାନ ଅଙ୍ଗାରୀ ନାଳ ନିକଟରୁ ବନ ବିଭାଗ ଠାବ କରିଛି। ଏହାପରେ ଗାଁ ଲୋକେ ଓ ବନ ବିଭାଗ ମିଶି ମୃତଦେହ ଉଦ୍ଧାର କରିଥିଲେ। ରଞ୍ଜନଙ୍କ ବାମ ହାତ ଏବଂ ଡାହାଣ ଗୋଡ କୁମ୍ଭୀର ଟାଣି ନେଇଯାଇଛି। ଏନେଇ ସାତଭାୟାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଭିତରକନିକାର ଡାଙ୍ଗମାଳଠାରେ କୁମ୍ଭୀରମାନଙ୍କ ପ୍ରଜନନ କେନ୍ଦ୍ର ଥିବା ବେଳେ ଭିତରକନିକା ନଦୀନାଳମାନଙ୍କରେ ପାଖାପାଖି ୧୭ ଶହରୁ ଅଧିକ କୁମ୍ଭୀର ଅଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।