Advertisment

ଟାଣି ନେଇଥିଲା କୁମ୍ଭୀର; ମିଳିଲା ରଞ୍ଜନଙ୍କ ମୃତଦେହ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଦିନକ ପୂର୍ବରୁ କୁମ୍ଭୀର ଟାଣି ନେଇଯାଇଥିବା ମଇଁଷି ଚରାଳିଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି।  । ମୃତକଙ୍କ ନାଁ ରଞ୍ଜନ ମହାନ୍ତି। ତାଙ୍କ ଘର ସାତଭାୟା ଗାଁରେ। ସୂଚନାଅନୁସାରେ,  ଗତ ୭ ତାରିଖରେ  ରଞ୍ଜନ ମଇଁଷିଙ୍କୁ  ନଦୀ ପାର କରାଉଥିଲେ। ଏହି ସମୟରେ ମଇଁଷି ପିଠିରୁ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଗତକାଲି ତାଙ୍କ କ୍ଷତ ବିକ୍ଷତ ମୃତଦେହ ଭିତରକନିକା ଜାତୀୟ ଉଦ୍ୟାନ ଅଙ୍ଗାରୀ ନାଳ ନିକଟରୁ ବନ ବିଭାଗ ଠାବ କରିଛି। […]

ଅଦ୍ୟତନ ହୋଇଛି
ଟାଣି ନେଇଥିଲା କୁମ୍ଭୀର; ମିଳିଲା ରଞ୍ଜନଙ୍କ ମୃତଦେହ

kendrapada

Advertisment

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଦିନକ ପୂର୍ବରୁ କୁମ୍ଭୀର ଟାଣି ନେଇଯାଇଥିବା ମଇଁଷି ଚରାଳିଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି।  । ମୃତକଙ୍କ ନାଁ ରଞ୍ଜନ ମହାନ୍ତି। ତାଙ୍କ ଘର ସାତଭାୟା ଗାଁରେ।

Advertisment

ସୂଚନାଅନୁସାରେ,  ଗତ ୭ ତାରିଖରେ  ରଞ୍ଜନ ମଇଁଷିଙ୍କୁ  ନଦୀ ପାର କରାଉଥିଲେ। ଏହି ସମୟରେ ମଇଁଷି ପିଠିରୁ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଗତକାଲି ତାଙ୍କ କ୍ଷତ ବିକ୍ଷତ ମୃତଦେହ ଭିତରକନିକା ଜାତୀୟ ଉଦ୍ୟାନ ଅଙ୍ଗାରୀ ନାଳ ନିକଟରୁ ବନ ବିଭାଗ ଠାବ କରିଛି। ଏହାପରେ ଗାଁ ଲୋକେ ଓ ବନ ବିଭାଗ ମିଶି ମୃତଦେହ ଉଦ୍ଧାର କରିଥିଲେ। ରଞ୍ଜନଙ୍କ ବାମ ହାତ ଏବଂ ଡାହାଣ ଗୋଡ କୁମ୍ଭୀର ଟାଣି ନେଇଯାଇଛି। ଏନେଇ ସାତଭାୟାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଭିତରକନିକାର ଡାଙ୍ଗମାଳଠାରେ କୁମ୍ଭୀରମାନଙ୍କ ପ୍ରଜନନ କେନ୍ଦ୍ର ଥିବା ବେଳେ ଭିତରକନିକା ନଦୀନାଳମାନଙ୍କରେ ପାଖାପାଖି ୧୭ ଶହରୁ ଅଧିକ କୁମ୍ଭୀର ଅଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe