Advertisment

ଟ୍ରଲି ବ୍ୟାଗ ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ଖୋର୍ଦ୍ଧା ନାଚୁଣୀ ନିକଟ ହରିପୁର ରୋଡ୍‌ର ଜନଗହଳିପୂର୍ଣ୍ଣ ତାରିଣୀ ମନ୍ଦିର ନିକଟରୁ ଏହି ମୃତଦେହକୁ ଠାବ କରାଯାଇଛି।

dead body

dead body

Advertisment

ଟ୍ରଲି ବ୍ୟାଗରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ଖୋର୍ଦ୍ଧା ନାଚୁଣୀ ନିକଟ ହରିପୁର ରୋଡ୍‌ର ଜନଗହଳିପୂର୍ଣ୍ଣ ତାରିଣୀ ମନ୍ଦିର ନିକଟରୁ ଏହି ମୃତଦେହକୁ ଠାବ କରାଯାଇଛି। ଟ୍ରଲିବ୍ୟାଗ୍‌ରେ ଥିବା ମୃତଦେହକୁ ଜବତ କରିଛି ନାଚୁଣି ପୁଲିସ। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।

Advertisment

କେହି ଦୁର୍ବୃତ୍ତ ଏହି ଯୁବକଙ୍କୁ ହତ୍ୟାକରିବା ପରେ ବ୍ୟାଗ୍‌ରେ ମୃତଦେହକୁ ଭର୍ତ୍ତି କରି ଫୋପୋଡି ଦେଇଥିବା ସନ୍ଦେହ କରାଯାଉଛି। ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲା ତାହାକୁ ନେଇ ସଭିଁଙ୍କ ମନରେ ପ୍ରଶ୍ନ। ସେପଟେ ମୃତ ଯୁବକଙ୍କ ଉଚ୍ଚତା ପ୍ରାୟ ୫ ଫୁଟ୍ ୩ ଇଞ୍ଚ ହୋଇଥିବା ବେଳେ ୧ ଫୁଟ୍ ୩ ଇଞ୍ଚର ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରି ଫୋପାଡ଼ି ଦିଆଯାଇଥିବା ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe