Advertisment

ଫାର୍ମହାଉସ୍ ପୋଖରୀରୁ ମିଳିଲା ପ୍ରଫେସରଙ୍କ ଝିଅର ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍‌ ପୋଖରୀରୁ ଆଜି ମିଳିଛି ଜଣେ ଛାତ୍ରୀଙ୍କ ମୃତଦେହ। ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି। ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ ତାଙ୍କ ଘର। ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ମେକାନିକାଲ୍‌ ପ୍ରଫେସର ଅଛନ୍ତି। କାମିନୀ ଗତକାଲି ରାତି ପ୍ରାୟ ୧୨ଟାରେ ନିଜ ମା’ଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳକୁ ତାଙ୍କ ମା’ ଉଠି ଝିଅ […]

ଅଦ୍ୟତନ ହୋଇଛି
ଫାର୍ମହାଉସ୍ ପୋଖରୀରୁ ମିଳିଲା ପ୍ରଫେସରଙ୍କ ଝିଅର ମୃତଦେହ

Pond

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍‌ ପୋଖରୀରୁ ଆଜି ମିଳିଛି ଜଣେ ଛାତ୍ରୀଙ୍କ ମୃତଦେହ। ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି। ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ ତାଙ୍କ ଘର। ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ମେକାନିକାଲ୍‌ ପ୍ରଫେସର ଅଛନ୍ତି।

Advertisment

କାମିନୀ ଗତକାଲି ରାତି ପ୍ରାୟ ୧୨ଟାରେ ନିଜ ମା’ଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳକୁ ତାଙ୍କ ମା’ ଉଠି ଝିଅ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଘରର କବାଟ ଓ ଗେଟ୍‌ ଖୋଲାଥିବା ଦେଖିବାକୁ ପାଇଥିଲେ। ଗେଟ୍‌ ନିକଟରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର ସନ୍ଧାନ ପାଇ ନ ଥିଲେ।

ଆଜି ସକାଳେ ନନ୍ଦନକାନନ ଆଇଆଇସି କାମିନୀଙ୍କ ବାପାଙ୍କୁ ଫୋନ୍‌ କରି ଷଡ଼ଙ୍ଗୀ ଫାର୍ମ ହାଉସ୍‌କୁ ଆସିବାକୁ କହିଥିଲେ। ଘରଠୁ ମାତ୍ର ୫୦୦ ଦୂରରେ ଥିବା ଷଡଙ୍ଗୀ ଫାର୍ମ ହାଉସ୍‌ରେ ପହଞ୍ଚିଲା ପରେ ପରିବାର ଲୋକେ କାମିନୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

Advertisment

କାମିନୀଙ୍କ ବାପା କହିଛନ୍ତି, ଝିଅ ସବୁବେଳେ ୯୦% ଉପରେ ମାର୍କ ରଖେ । ହେଲେ ଜେଇଇ ପରୀକ୍ଷା ସାମାନ୍ୟ ଖରାପ ହୋଇଥିବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲା। ତାକୁ ଆମେ ବୁଝାଇଥିଲୁ। ଆମ ତରଫରୁ ତା’ଉପରେ କୌଣସି ଚାପ ନ ଥିଲା।

ସେ କହିଛନ୍ତି, ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ସେ ରାତି ୧ଟା୫୫ରେ ନନ୍ଦନକାନନ ଆଡ଼କୁ ଚାଲି ଚାଲି ଯାଉଥିବା ଦେଖିଥିଲୁ। ଝିଅ ପୂର୍ବରୁ କେବେ ବି ଏହି ଫାର୍ମ ହାଉସକୁ ଆସିନି। ଆତ୍ମହତ୍ୟା କରିବାର ଥିଲେ ସେ ଘର ନିକଟରେ ଥିବା ପୋଖରୀରେ କରି ପାରିଥା’ନ୍ତା। ଏଠାକୁ କିପରି ଓ କାହିଁକି ଆସିଲା? ତା’ ଛଡ଼ା ଏହି ଫାର୍ମ ହାଉସ୍‌ର ଚାରିପଟେ ୧୦ ଫୁଟ ଉଚ୍ଚତାର ପାଚେରି ଥିବା ବେଳେ ଭିତରକୁ ପ୍ରବେଶ କରିବାକୁ ୪ଟି ଗେଟ୍‌ ଅଛି। ଗେଟ୍‌ରେ ତାଲା ପଡ଼ିଥିଲା। ତେଣୁ ସେ ରାତି ଅଧରେ କିପରି ଭିତରେ ପଶିଲା? ଏକୁଟିଆ ଝିଅକୁ ରାସ୍ତାରେ ଦେଖି କେହି ପ୍ରଲୋଭିତ କରି ଆଣିଥାଇପାରେ। ଆମେ କିଛି ଜାଣିନୁ।

ସେହିପରି କାମିନୀଙ୍କ ମା’ କହିଛନ୍ତି, ପରୀକ୍ଷା ଖରାପ ହୋଇଥିବାରୁ ଝିଅ ଉଦାସ ରହୁଥିଲା। ଗତକାଲି ରାତିରେ ମୋ ପାଖରେ ଶୋଇଥିଲା। ହେଲେ ୩ଟା ରାତିରେ ଉଠିଲା ବେଳକୁ ପାଖରେ ନ ଥିଲା। ଏହାପରେ ଆମେ ଖୋଜାଖୋଜି କରିଥିଲୁ। କିନ୍ତୁ ପାଇ ନଥିଲୁ।

ପୁଲିସ୍ ଓ ଫରେନ୍‌ସିକ୍ ଟିମ୍ ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe