Advertisment

ଜଙ୍ଗଲରୁ ଉତ୍ତମଙ୍କ ମୃତଦେହ ଉଦ୍ଧାର

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ସଜନାଗଡ଼ ନିକଟ ତିନିକୋଶିଆ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଉତ୍ତମ ଦେହୁରୀ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା କାଲାଡ଼ାହି ଗାଁରେ। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ଏକ ବାଇକ୍ ଓ ଆଧାର କାର୍ଡକୁ ପୁଲିସ୍‌ ଜବତ କରିଛି। ତେବେ ଏହା ହତ୍ୟା ନା […]

ଅଦ୍ୟତନ ହୋଇଛି
ଏଚ୍ଆଇଭି ଆକ୍ରାନ୍ତ ବୋଲି ମୃତଦେହ କେହି ଛୁଇଁଲେନି!

deadbody

Advertisment

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ସଜନାଗଡ଼ ନିକଟ ତିନିକୋଶିଆ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଉତ୍ତମ ଦେହୁରୀ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା କାଲାଡ଼ାହି ଗାଁରେ।

Advertisment

ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ଏକ ବାଇକ୍ ଓ ଆଧାର କାର୍ଡକୁ ପୁଲିସ୍‌ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ପୁଲିସ୍‌ ଘଟଣାର ତଦନ୍ତ ଚଲାଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ମଧ୍ୟ ଏହି ଜଙ୍ଗଲରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଥିଲା। ତେଣୁ ଆଜି ଏଠାରୁ ଆଉ ଏକ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe