ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଭାଏପାଲି ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଦେଓଗାଁ ପୁଲିସ୍‌। ଯୁବକଙ୍କ ପରିଚୟ ମିଳି ନାହିଁ। ରାସ୍ତାକଡ଼ରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡ଼ିଥିଲା। ବିଳମ୍ବିତ ରାତିରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି ନା ହତ୍ୟା ପରେ ଦୁର୍ଘଟଣା ରୂପ ଦିଆଯାଇଛି,ତାହା ସ୍ପଷ୍ଟ ହୋଇନାହିଁ। ଯେଉଁ ସ୍ଥାନରେ ମୃତଦେହ ପଡ଼ିଥିଲା ତା’ ପାଖରେ ରାସ୍ତାକଡ଼ରେ କିଛି ପୋଡ଼ାଜଳା ମଧ୍ୟ ହୋଇଛି। ପୁଲିସ୍‌ […]

dead

Rakesh Mallick
  • Published: Monday, 29 October 2018
  • , Updated: 29 October 2018, 10:26 AM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଭାଏପାଲି ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଦେଓଗାଁ ପୁଲିସ୍‌।

ଯୁବକଙ୍କ ପରିଚୟ ମିଳି ନାହିଁ। ରାସ୍ତାକଡ଼ରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡ଼ିଥିଲା।

ବିଳମ୍ବିତ ରାତିରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି ନା ହତ୍ୟା ପରେ ଦୁର୍ଘଟଣା ରୂପ ଦିଆଯାଇଛି,ତାହା ସ୍ପଷ୍ଟ ହୋଇନାହିଁ।

ଯେଉଁ ସ୍ଥାନରେ ମୃତଦେହ ପଡ଼ିଥିଲା ତା’ ପାଖରେ ରାସ୍ତାକଡ଼ରେ କିଛି ପୋଡ଼ାଜଳା ମଧ୍ୟ ହୋଇଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story