/odisha-reporter/media/post_attachments/uploads/2020/06/bridge.jpg)
bridge
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜୁଙ୍ଗ ଗ୍ରାମ ନିକଟରେ ଥିବା କଣ୍ଟିଆଚେରା ପୋଲ ତଳୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ପୋଲ ତଳେ ମୃତଦେହଟି ଭାସୁଥିବା ବେଳେ କିଛି ଗ୍ରାମବାସୀ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆଖପାଖ ଅଞ୍ଚଳରେ ପଚରାଉଚରା କରିଥିଲା।
Advertisment
ସୂଚନାଯୋଗ୍ୟ, ଗୋପାଳପୁରରୁ ବାଲେଶ୍ୱର ଯାଉଥିବା ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି। ତେଣୁ କେହି ଜଣେ ପୋଲ ଉପରୁ ଏହି ଶିଶୁଟିକୁ ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
