/odisha-reporter/media/post_attachments/uploads/2019/03/dead-2.jpg)
dead
ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଟିଟିଲାଗଡ଼ ସହରର ବହିଦାରପଡ଼ା ସ୍ଥିତ ରେଳଧାରଣା କଡ଼ରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Advertisment
ମୃତଦେହରେ ଏକ କମ୍ବଳରେ ଘୋଡ଼ା ଯାଇଥିଲା। ତା’ ନିକଟରେ ଏକ କଣ୍ଡେଇ, ନଡ଼ିଆ ଓ କିଛି ପୂଜା ସାମଗ୍ରୀ ମଧ୍ୟ ପଡ଼ିଥିଲା। ମୃତଦେହଟି ପ୍ରାୟ ଚାରି ପାଞ୍ଚ ଦିନର ବୋଲି ଅନୁମାନ କରାଯାଉଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଶିଶୁବଳି ବୋଲି ସନ୍ଦେହ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
