Advertisment

କାଲି ରାତିରେ ହୋଇଥିଲା ଝଗଡ଼ା, ଆଜି ମିଳିଲା ମହିଳାଙ୍କ ମୃତଦେହ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡଝରା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ଲୋକେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ମହିଳାଜଣଙ୍କ ହେଲେ ସସ୍ମିତା ପ୍ରଧାନ। ସ୍ୱାମୀ ସୁରେଶ ନାଏକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ,  ପରଜଙ୍ଗ ଥାନା ଅନ୍ତର୍ଗତ ଡିହଡୋଳ ଗାଁର ସସ୍ମିତା ପ୍ରଧାନ ସାତ ବର୍ଷ ତଳେ […]

ଅଦ୍ୟତନ ହୋଇଛି
କାଲି ରାତିରେ ହୋଇଥିଲା ଝଗଡ଼ା, ଆଜି ମିଳିଲା ମହିଳାଙ୍କ ମୃତଦେହ

murfer

Advertisment

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡଝରା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ଲୋକେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ମହିଳାଜଣଙ୍କ ହେଲେ ସସ୍ମିତା ପ୍ରଧାନ। ସ୍ୱାମୀ ସୁରେଶ ନାଏକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ,  ପରଜଙ୍ଗ ଥାନା ଅନ୍ତର୍ଗତ ଡିହଡୋଳ ଗାଁର ସସ୍ମିତା ପ୍ରଧାନ ସାତ ବର୍ଷ ତଳେ ବଡଝରା ଗାଁର ସୁରେଶ ନାଏକକୁ ବିବାହ କରିଥିଲେ। ବିବାହର ସାତ ବର୍ଷ ପରେ ମଧ୍ୟ ସେମାନଙ୍କର କୌଣସି ସନ୍ତାନସନ୍ତତି ନଥିଲା । ଏହାକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିବା ସସ୍ମିତାଙ୍କ ବାପ ଘର ତରଫରୁ ଅଭିଯୋଗ ହୋଇଛି।

ଗତକାଲି ରାତିରେ କୌଣସି କଥାକୁ ନେଇ ସୁରେଶ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ସୁରେଶ ରାଗିଯାଇ ସସ୍ମିତାଙ୍କୁ ମାଡ଼ ମାରିଥିଲେ। ଆଜି ସକାଳେ ସସ୍ମିତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନଥିବା ବେଳେ ସସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି ବାପ ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe