Advertisment

ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୁବଲାପାଳ ଗାଁର ସମାକୋଇ ନଦୀର ଦୁଇ ମୁହାଣ ଘାଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ଶରୀରର ମୁଣ୍ଡ ନଷ୍ଟ ହୋଇଯାଇଥିବାରୁ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ମୃତଦେହକୁ ଏକ କାଠରେ ବନ୍ଧା ଯାଇଥିବା ଜଣାପଡ଼ିଛି। ଖବର ପାଇ ତେଲକୋଇ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଏହି ମହିଳାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

deadbody

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୁବଲାପାଳ ଗାଁର ସମାକୋଇ ନଦୀର ଦୁଇ ମୁହାଣ ଘାଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ଶରୀରର ମୁଣ୍ଡ ନଷ୍ଟ ହୋଇଯାଇଥିବାରୁ ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ମୃତଦେହକୁ ଏକ କାଠରେ ବନ୍ଧା ଯାଇଥିବା ଜଣାପଡ଼ିଛି।

Advertisment

ଖବର ପାଇ ତେଲକୋଇ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଏହି ମହିଳାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।