Advertisment

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଅଣିଲେ ବାପ ଘର ଲୋକେ

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ  କରଦାଙ୍ଗି ଗାଁର ଆମ୍ୱତଇଲା ସାହିରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।ତାଙ୍କ ନାଁ ଝୁନୁ ମହନ୍ତ। ଝୁନୁଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ମହାନ୍ତ କହିଛନ୍ତି, “ମୁଁ ବାଡ଼ିରେ ସଜନା ଫୁଲ ତୋଲିବା ବେଳେ ଝୁନୁ ଘରେ ବେକରେ ରଶି ଲଗାଇ ଦେଇଥିଲେ। ଘରକୁ ଆସି ଏହା ଦେଖିବା ପରେ ପଡ଼ୋଶୀଙ୍କୁ ଡାକି ଉଦ୍ଧାର କରିଥିଲୁ। ସେତେବେଳକୁ ତା’ର ମୃତ୍ୟୁ ଘଟି ସାରିଥିଲା।” ଖବର ପାଇ […]

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଅଣିଲେ ବାପ ଘର ଲୋକେ

telkoi

Advertisment

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ  କରଦାଙ୍ଗି ଗାଁର ଆମ୍ୱତଇଲା ସାହିରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।ତାଙ୍କ ନାଁ ଝୁନୁ ମହନ୍ତ।

Advertisment

ଝୁନୁଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ମହାନ୍ତ କହିଛନ୍ତି, “ମୁଁ ବାଡ଼ିରେ ସଜନା ଫୁଲ ତୋଲିବା ବେଳେ ଝୁନୁ ଘରେ ବେକରେ ରଶି ଲଗାଇ ଦେଇଥିଲେ। ଘରକୁ ଆସି ଏହା ଦେଖିବା ପରେ ପଡ଼ୋଶୀଙ୍କୁ ଡାକି ଉଦ୍ଧାର କରିଥିଲୁ। ସେତେବେଳକୁ ତା’ର ମୃତ୍ୟୁ ଘଟି ସାରିଥିଲା।”

ଖବର ପାଇ ଝୁନୁଙ୍କ ବାପଘର ଲୋକେ କରଦାଙ୍ଗିରେ ପହଞ୍ଚିବା ସହ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

Advertisment

ତେଲକୋଇ ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe