ମାଈ ହାତୀର ମୃତଦେହ ଠାବ

କାମାକ୍ଷାନଗର (ବିଦ୍ୟାଧର ରାଉଳ): ରାଜ୍ୟରେ ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍‌। ପୁଣି ଏକ ହାତୀର ମୃତଦେହ ମିଳିଛି। ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ୍ ରେଞ୍ଜ ଘାଘରାମୁଣ୍ଡା ଗାଁ ଖେସେରା ଜଙ୍ଗଲରୁ ମିଳିଛି ଗୋଟିଏ ହାତୀର ମୃତଦେହ। ଏହି ମୃତ ମାଈ ହାତୀକୁ ୨୫ ବର୍ଷ ହୋଇଥିବ ବୋଲି ଅନୁମାନ କରିଛି ବନ ବିଭାଗ। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ବନ ବିଭାଗ […]

dead elephant

  • Published: Sunday, 28 August 2022
  • , Updated: 28 August 2022, 01:07 PM IST

କାମାକ୍ଷାନଗର (ବିଦ୍ୟାଧର ରାଉଳ): ରାଜ୍ୟରେ ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍‌। ପୁଣି ଏକ ହାତୀର ମୃତଦେହ ମିଳିଛି। ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ୍ ରେଞ୍ଜ ଘାଘରାମୁଣ୍ଡା ଗାଁ ଖେସେରା ଜଙ୍ଗଲରୁ ମିଳିଛି ଗୋଟିଏ ହାତୀର ମୃତଦେହ।

ଏହି ମୃତ ମାଈ ହାତୀକୁ ୨୫ ବର୍ଷ ହୋଇଥିବ ବୋଲି ଅନୁମାନ କରିଛି ବନ ବିଭାଗ। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଆଜି ଭୋରରେ ଘାଘରାମୁଣ୍ଡା ଗାଁର କିଛି ଲୋକ ବିଲକୁ ଯାଉଥିବା ବେଳେ ହାତୀର ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ସଂପର୍କରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିତ ତଦନ୍ତ କରିଛି।

ଖାଦ୍ୟ ସଂଗ୍ରହ ପାଇଁ ମହାବିର ରୋଡ୍‌ ଅଞ୍ଚଳକୁ ଅନେକ ହାତୀ ପଶି ଆସିଥିବା ବେଳେ କୌଣସି କାରଣ ବଶତଃ ଏହି ମାଈ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି।

Related story