Advertisment

ଯୁବତୀଙ୍କୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ

ବରଗଡ଼(ଓଡ଼ିଶା ରିପୋର୍ଟର): ଜଣେ ଯୁବତୀଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବତୀଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକରେ। ମୃତ ଯୁବତୀ ଜଣଙ୍କ ହେଲେ ଗାଇସୀମା ଗାଁର ମୀନକେତନ ମହାପାତ୍ରଙ୍କ ଝିଅ ବର୍ଷା। ସୂଚନା ଅନୁସାରେ, ଭଟଲି ଛକ ସାଇ ମନ୍ଦିର ନିକଟରେ ଥିବା ଏକ ଗଛରେ ବର୍ଷାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଘରେ ପଶି ଦଳି ଦେଲା ହାତୀ

Deadbody

ବରଗଡ଼(ଓଡ଼ିଶା ରିପୋର୍ଟର): ଜଣେ ଯୁବତୀଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବତୀଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକରେ। ମୃତ ଯୁବତୀ ଜଣଙ୍କ ହେଲେ ଗାଇସୀମା ଗାଁର ମୀନକେତନ ମହାପାତ୍ରଙ୍କ ଝିଅ ବର୍ଷା।

Advertisment

ସୂଚନା ଅନୁସାରେ, ଭଟଲି ଛକ ସାଇ ମନ୍ଦିର ନିକଟରେ ଥିବା ଏକ ଗଛରେ ବର୍ଷାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ ଜଣା ପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।  ବର୍ଷା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ପୁଲିସ ଘଟଣାର ତଦନ୍ତ କରୁଛି।

Advertisment