Advertisment

Death: ଜଙ୍ଗଲରୁ ମିଳିଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ; ୪ ଦିନ ହେଲା ନିଖୋଜ ଥିଲେ

ଚାରି ଦିନ ତଳେ ନିଖୋଜ ହୋଇଯାଇଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ରତାଖଣ୍ଡିଗୁଡ଼ା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତଙ୍କ ଝୁଲନ୍ତା ମୃତଦେହ ଆଜି ଛତିଶଗଡ଼ର ମେନପୁର ନିକଟସ୍ଥ ଜଙ୍ଗଲରୁ ମିଳିଛି।

HM
Advertisment

ଚାରି ଦିନ ତଳେ ନିଖୋଜ ହୋଇଯାଇଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ରତାଖଣ୍ଡିଗୁଡ଼ା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତଙ୍କ ଝୁଲନ୍ତା ମୃତଦେହ ଆଜି ଛତିଶଗଡ଼ର ମେନପୁର ନିକଟସ୍ଥ ଜଙ୍ଗଲରୁ ମିଳିଛି। ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ଘଟଣାସ୍ଥଳରୁ ତାଙ୍କର ପରିଚୟ ପତ୍ର, ହେଲ୍‌ମେଟ୍‌ ଓ ବାଇକ୍‌ ମିଳିଛି।

Advertisment

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତଙ୍କୁ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ଝରିଗାଁ ବ୍ଲକ ଅନ୍ତର୍ଗତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଦାୟିତ୍ଵ ଦିଆଯାଇଥିଲା। ଗତ ଶନିବାର ସେ ତାଙ୍କ ଗାଁ ବରଭରଣ୍ଡିରୁ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ପରୀକ୍ଷା ଶେଷ ହେବା ପରେ ନିଜ ଦାୟିତ୍ୱ ଶେଷ କରି ଦିନ ପ୍ରାୟ ୧୨ ଘଣ୍ଟା ୧୫ ମିନିଟରେ କଲେଗାଁରୁ ବାହାରିଥିଲେ। କିନ୍ତୁ ଘରକୁ ଫେରି ନଥିଲେ।

ରାତି ୮ଟା ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ତାଙ୍କ ମା’ ବ୍ୟସ୍ତ ହୋଇ ଫୋନ୍ କରିଥିଲେ। କିନ୍ତୁ ଅଲେଖ ଚରଣ ଭକ୍ତଙ୍କ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଫୋନ୍‌ କଲେ ବି ସେହି ସମାନ ଫଳ ମିଳିଥିଲା। ଘର ଲୋକେ ତାଙ୍କ ସାଙ୍ଗସାଥୀଙ୍କ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଅଲେଖ ଚରଣ ଭକ୍ତଙ୍କ ଖବର ମିଳି ନଥିଲା। ତେଣୁ ସେହି ରାତିରେ ପରିବାର ଲୋକେ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଝରିଗାଁ ଥାନା ପୁଲିସ ତାଙ୍କୁ ଖୋଜାଖୋଜି କରୁଥିଲା। ଆଉ ୪ ଦିନ ପରେ ତାଙ୍କ ମୃତଦେହ ମିଳିଛି। 

Advertisment

ଅଲେଖ ଚରଣ ଭକ୍ତଙ୍କ ସହିତ କ’ଣ ଘଟିଛି, ତାହା ଜଣାପଡ଼ିନାହିଁ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ପୁଲିସର ତଦନ୍ତ ପରେ ଜଣାପଡ଼ିବ। ତେବେ ସ୍କୁଲର କାର୍ଯ୍ୟଭାର ଯୋଗୁ ସେ ଚିନ୍ତିତ ଥିଲେ ବୋଲି ପରିବାର ଲୋକେ କହିଛନ୍ତି।  

ଘରର ଏକମାତ୍ର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। କାନ୍ଦ ବୋବାଳିରେ ଫାଟି ଯାଉଛି ପୂରା ଘର। 

ଦେଖନ୍ତୁ ଶିକ୍ଷକ ଜଣଙ୍କ ନିଖୋଜ ଥିଲା ବେଳେ କ’ଣ କହିଥିଲେ ତାଙ୍କ ମା’ ଓ ସଂପର୍କୀୟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe