Advertisment

ସାଙ୍ଗ ବାହାଘରକୁ ଆସିଥିଲେ, ଟ୍ରେନ୍ ଆଗରେ ଶୋଇଗଲେ!

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ରେଲୱେ ଷ୍ଟେସନର ୧ ନମ୍ୱର ପ୍ଲାଟଫର୍ମ ଠାରେ ଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ସୁମନ ମଣ୍ଡଳ। ତାଙ୍କ ଘର ପଶ୍ଚିମବଙ୍ଗର ଭରତପୁରରେ। ନିକଟରେ ସୁମନ  ଓ ତାଙ୍କର ୪ ଜଣ ସାଙ୍ଗ ବାହାଘର  ଉତ୍ସବରେ  ଯୋଗ ଦେବା ପାଇଁ ବଲାଙ୍ଗିର ଆସିଥିଲେ। ଆଜି ସେମାନେ ପଶ୍ଚିମବଙ୍ଗ ଯିବା ପାଇଁ ବଲାଙ୍ଗିର ରେଲୱେ ଷ୍ଟେସନ ଆସିଥିଲେ। ହେଲେ ହଠାତ ସୁମନ ଟ୍ରେନ ସାମ୍ନାରେ ଶୋଇ ପଡ଼ି […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ସାଙ୍ଗ ବାହାଘରକୁ ଆସିଥିଲେ, ଟ୍ରେନ୍ ଆଗରେ ଶୋଇଗଲେ!

bbb-1

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ରେଲୱେ ଷ୍ଟେସନର ୧ ନମ୍ୱର ପ୍ଲାଟଫର୍ମ ଠାରେ ଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ସୁମନ ମଣ୍ଡଳ। ତାଙ୍କ ଘର ପଶ୍ଚିମବଙ୍ଗର ଭରତପୁରରେ।

Advertisment

ନିକଟରେ ସୁମନ  ଓ ତାଙ୍କର ୪ ଜଣ ସାଙ୍ଗ ବାହାଘର  ଉତ୍ସବରେ  ଯୋଗ ଦେବା ପାଇଁ ବଲାଙ୍ଗିର ଆସିଥିଲେ। ଆଜି ସେମାନେ ପଶ୍ଚିମବଙ୍ଗ ଯିବା ପାଇଁ ବଲାଙ୍ଗିର ରେଲୱେ ଷ୍ଟେସନ ଆସିଥିଲେ। ହେଲେ ହଠାତ ସୁମନ ଟ୍ରେନ ସାମ୍ନାରେ ଶୋଇ ପଡ଼ି ଆତ୍ମହତ୍ୟା କରିଥିବା ତାଙ୍କ ସାଙ୍ଗମାନେ କହିଛନ୍ତି। ଏଥିସହ ପୂର୍ବରୁ ସୁମନଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ସେ  ନ୍ୟୁରୋ ବିଭାଗରେ ଚିକିତ୍ସା ହେଉଥିଲେ। ତେବେ ମାନସିକ ଭାରସାମ୍ୟା ହରାଇ ସୁମନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି। ଜି.ଆର.ପି ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରୁଛି।