Advertisment

Death: ୩ ଦିନ ତଳେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ପୋଖରୀରୁ ମିଳିଲା

ଆଜି ସକାଳେ ରବୀନ୍ଦ୍ରଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ରବୀନ୍ଦ୍ରଙ୍କ ମୃତ୍ୟୁ କେମିତି ହେଲା, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ।

author-image
Jitendra Garnayak
pond18

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବାଟେଣୀ ଗାଁର ରବୀନ୍ଦ୍ର ପ୍ରଧାନ ଗତ ସୋମବାରଠାରୁ ନିଖୋଜ ହୋଇଯାଇଥିବା ବେଳେ ଆଜି ସକାଳେ ପୋଖରୀରୁ ତାଙ୍କ ମୃତଦେହକୁ ଜବତ କରାଯାଇଛି।

Advertisment

ପୋଖରୀକୁ ଗାଧୋଇ ଯାଉଛି ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରିଥିଲେ ରବୀନ୍ଦ୍ର। କିନ୍ତୁ ଆଉ ଘରକୁ ଫେ ନଥିଲେ। ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସଂପର୍କୀୟମାନେ। କିନ୍ତୁ ତାଙ୍କୁ ପାଇ ନଥିଲେ।

ଦଶପଲ୍ଲା ଦମକଳ ବାହିନୀ ସାହାଯ୍ୟରେ ଗାଁ ପୋଖରୀରେ ମଧ୍ୟ ଖୋଜାଖୋଜି କରାଯାଇଥିଲ। ହେଲେ ରବୀନ୍ଦ୍ର ମିଳି ନଥିଲେ। 

Advertisment

ଆଜି ସକାଳେ ରବୀନ୍ଦ୍ରଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା।

ରବୀନ୍ଦ୍ରଙ୍କ ମୃତ୍ୟୁ କେମିତି ହେଲା, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଛି, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ। ହେଲେ ରବୀନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି ସନ୍ତାନସନ୍ତତି ନଥିବାରୁ ସେ ସବୁ ବେଳେ ମନଦୁଃଖରେ ରହୁଥିଲେ।