Advertisment

ମହାନଦୀ ପଠାରେ ପୋତା ହେଲା ଦନ୍ତାହାତୀ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଯେଉଁ ଗଜରାଜକୁ ଉଦ୍ଧାର କରିବା ପାଇଁ ମହାନଦୀର ମୁଣ୍ଡଳି ନିକଟରେ ଦୁଇ ଜଣଙ୍କ ଜୀବନ ଯାଇଥିଲା, ଆଜି ସେହି ହାତୀର ମୃତଦେହ ଜଗତପୁର ସାତବାଟିଆରୁ ଉଦ୍ଧାର ହୋଇଛି। ମହାନଦୀ ଗର୍ଭରୁ ଉଦ୍ଧାର କରାଯାଇଥିବା ହାତୀକୁ ବ୍ୟବଚ୍ଛେଦ କରାଯାଇଛି। ପରେ ମୃତଦେହକୁ ନଦୀ ପଠାରେ ପୋତି ଦିଆଯାଇଛି। ଗତ ରବିବାର ମୁଣ୍ଡଳି ଆନିକଟରେ ଦନ୍ତା ହାତୀର ମୃତ ଦେହଲାଗିଥିଲା। ସେଠାରୁ ହାତୀର ମୃତଦେହ ଉଦ୍ଧାର କରିବା ସମ୍ଭବ ନହେବାରୁ ବ୍ୟାରେଜର ଗେଟ୍ ଖୋଲିବା ପରେ […]

ଅଦ୍ୟତନ ହୋଇଛି
ମହାନଦୀ ପଠାରେ ପୋତା ହେଲା ଦନ୍ତାହାତୀ

Dead Elephant

Advertisment

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଯେଉଁ ଗଜରାଜକୁ ଉଦ୍ଧାର କରିବା ପାଇଁ ମହାନଦୀର ମୁଣ୍ଡଳି ନିକଟରେ ଦୁଇ ଜଣଙ୍କ ଜୀବନ ଯାଇଥିଲା, ଆଜି ସେହି ହାତୀର ମୃତଦେହ ଜଗତପୁର ସାତବାଟିଆରୁ ଉଦ୍ଧାର ହୋଇଛି। ମହାନଦୀ ଗର୍ଭରୁ ଉଦ୍ଧାର କରାଯାଇଥିବା ହାତୀକୁ ବ୍ୟବଚ୍ଛେଦ କରାଯାଇଛି। ପରେ ମୃତଦେହକୁ ନଦୀ ପଠାରେ ପୋତି ଦିଆଯାଇଛି।

Advertisment

ଗତ ରବିବାର ମୁଣ୍ଡଳି ଆନିକଟରେ ଦନ୍ତା ହାତୀର ମୃତ ଦେହଲାଗିଥିଲା। ସେଠାରୁ ହାତୀର ମୃତଦେହ ଉଦ୍ଧାର କରିବା ସମ୍ଭବ ନହେବାରୁ ବ୍ୟାରେଜର ଗେଟ୍ ଖୋଲିବା ପରେ ହାତୀଟି ଭାସି ଯାଇ  ଜଗତପୁର ସାତବାଟିଆ ନିକଟରେ ଲାଗିଥିଲା। ମାତ୍ର ରାତି ହୋଇ ଯାଇଥିବାରୁ ହାତୀର ମୃତଦେହ ନଦୀ ମଧ୍ୟରୁ ଉଦ୍ଧାର କରାଯାଇପାରି ନଥିଲା। ଆଜି ହାତୀର ମୃତଦେହକୁ ୩ଟି ଡ଼ଙ୍ଗା ସାହାଯ୍ୟରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀମାନେ କୂଳକୁ ଅଣିଥିଲେ। ବ୍ୟବେଚ୍ଛେଦ ପରେ ହାତୀର ମୃତଦେହକୁ ପୋତା ଯାଇଛି। ହାତୀର ଦୁଇଟି ଦାନ୍ତ ବନ ବିଭାଗ କାଟି ରଖିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅଧିକ ତଦନ୍ତ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଗତ ୨୪ ତାରିଖରେ ଦନ୍ତାହାତୀଟି ଗୋଠ ଛାଡ଼ି ନଦୀ ଭିତରେ ଫସି ଯାଇଥିଲା। ଯେତେ ଚେଷ୍ଟା କଲେ ମଧ୍ୟ ପାଣି ଭିତରୁ ହାତୀ ବାହାରି ପାରିନଥିଲା। ପରେ ବନ ବିଭାଗ କର୍ମଚାରୀମାନେ ହାତୀକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସମ୍ଭବପର ହୋଇନଥିଲେ। ଶେଷରେ ଓଡ୍ରାଫ୍‌ ଟିମ୍‌ ହାତୀ ଘଉଡ଼ାଇବା ପାଇଁ ଯାଇଥିଲା। ମାତ୍ର ମୁଣ୍ଡଳିରେ ପାଣିତର ପ୍ରଖର ସ୍ରୋତରେ ଓଡ୍ରାଫ୍‌ ଟିମ୍‌ର ବୋଟ୍‌ଟି ଓଲଟି ପଡ଼ିଥିଲା। ଫଳରେ ଓଟିଭିର ଯୁବ ସାମ୍ୱାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍‌ ଟିମ୍‌ର ସଦସ୍ୟ ସୀତାରାମଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ହାତୀ ଉଦ୍ଧାର ହୋଇପାରିନଥିଲା। ସେହି ରାତିରେ ପାଣିରେ ହାତୀଟି ଭାସି ଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

Advertisment
Elephant Rescue Operation Elephant Trapped In Mahanadi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe