ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଚିତ୍ର ଚିତ୍ର, ଶବକୁ ଦିଆଗଲା ସାଲାଇନ୍‌!

ଝରସୁଗୁଡ଼ା (ଭାଗିରଥୀ ସାହୁ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜିଲ୍ଲାରେ ଚିକିତ୍ସାର ବିଚିତ୍ର ଚିତ୍ର। ଜଣେ ରୋଗୀଙ୍କ ମୃତ୍ୟୁ ପରେ ସାଲାଇନ୍‌ ଓ ଇଞ୍ଜେକ୍‌ସନ୍‌ ଦିଆଯାଉଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଲଇକେରା ବ୍ଲକ୍‌ ଖୁଣ୍ଟମାଲ ପଞ୍ଚାୟତ ଅନ୍ତର୍ଗତ ଜାଲିମାଲ ଗାଁର କ୍ଷେତ୍ରମଣି କୁସୁମ ଆଜି ସକାଳେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇନଥିଲା। […]

Dead-person-put-on-saline-drips,-given-injection-allegedly-in-a-bid-to-hide-death-due-to-medical-negligence-in-Jharsuguda-hospital

Manoranjan Sial
  • Published: Wednesday, 11 September 2019
  • , Updated: 11 September 2019, 07:12 PM IST

ଝରସୁଗୁଡ଼ା (ଭାଗିରଥୀ ସାହୁ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜିଲ୍ଲାରେ ଚିକିତ୍ସାର ବିଚିତ୍ର ଚିତ୍ର। ଜଣେ ରୋଗୀଙ୍କ ମୃତ୍ୟୁ ପରେ ସାଲାଇନ୍‌ ଓ ଇଞ୍ଜେକ୍‌ସନ୍‌ ଦିଆଯାଉଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଲଇକେରା ବ୍ଲକ୍‌ ଖୁଣ୍ଟମାଲ ପଞ୍ଚାୟତ ଅନ୍ତର୍ଗତ ଜାଲିମାଲ ଗାଁର କ୍ଷେତ୍ରମଣି କୁସୁମ ଆଜି ସକାଳେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇନଥିଲା। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ମେଡିକାଲରେ ବୁଲାଇଥିଲେ। ପରେ ଛତ୍ରଲାଲ ପାଟିତୁଣ୍ଡ କରି ବିଷ ପିଇଥିବା ନିଜ ଭାଇକୁ ବେଡ୍‌ରେ ଶୁଆଇ ଦେଇଥିଲେ। ସେତେବେଳକୁ କ୍ଷେତ୍ରମଣୀଙ୍କ ମୃତ୍ୟୁ ହୋଇସାରି ଥିଲା। ଏହା ଜାଣି ମଧ୍ୟ କାର୍ଯ୍ୟରତ ନର୍ସମାନେ ସାଲାଇନ୍‌ ଓ ଇଞ୍ଜେକ୍‌ସନ୍‌ ଦେଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଅନ୍ୟପକ୍ଷରେ ଡାକ୍ତର ଏପରି ଅଭିଯୋଗର ଖଣ୍ଡନ କରିଛନ୍ତି। ଡାକ୍ତର ତନୁଜା ପାତ୍ର କହିଛନ୍ତି, “ରୋଗୀ ଗୁରୁତର ଥିଲା। ଲେଖାଲେଖି ସରିବା ପରେ ତାଙ୍କୁ ଇନ୍‌ ୱାର୍ଡ଼କୁ ପଠାଯାଇଥିଲା। ତେବେ ଗଲା ବେଳେ କଣ ହୋଇଥିବ, କହିପାରିବି ନାହିଁ। ଡାକ୍ତର ମୃତ ଘୋଷଣା କରିନଥିଲେ, ନର୍ସଙ୍କ କିଛି ଦୋଷ ନାହିଁ।”

Related story