Advertisment

ମମିତା ମିଷ୍ଟ୍ରି: ଷ୍ଟାଡିୟମ ଖୋଳୁ ଖୋଳୁ ବାହାରିଲା ଦଗ୍ଧ ମୃତଦେହ

ବଲାଙ୍ଗୀର/ଧର୍ମଗଡ଼(ଓଡ଼ିଶା ରିପୋର୍ଟର):  କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରୁ ଆଜି ସକାଳେ ଖୋଳାଖୋଳି ଆରମ୍ଭ  ହୋଇଥିବା ବେଳେ ମାତ୍ର ୩ ଘଣ୍ଟା ପରେ ଉଦ୍ଧାର ହେଲା ଏକ ଦଗ୍ଧ ମୃତଦେହ। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରେ […]

ଅଦ୍ୟତନ ହୋଇଛି
ମମିତା ମିଷ୍ଟ୍ରି: ଷ୍ଟାଡିୟମ ଖୋଳୁ ଖୋଳୁ ବାହାରିଲା ଦଗ୍ଧ ମୃତଦେହ

spot

Advertisment

ବଲାଙ୍ଗୀର/ଧର୍ମଗଡ଼(ଓଡ଼ିଶା ରିପୋର୍ଟର):  କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରୁ ଆଜି ସକାଳେ ଖୋଳାଖୋଳି ଆରମ୍ଭ  ହୋଇଥିବା ବେଳେ ମାତ୍ର ୩ ଘଣ୍ଟା ପରେ ଉଦ୍ଧାର ହେଲା ଏକ ଦଗ୍ଧ ମୃତଦେହ। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ।

Advertisment

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ ହୋଇଥିଲା। ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଉକ୍ତ ସ୍ଥାନକୁ ପୁଲିସ୍‌ ଚାରିପଟୁ ସିଲ୍‌ କରି ଦେଇଛି।  ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ୍‌, ବ୍ରେସଲେଟ୍‌, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି ।

ପାରିପାର୍ଶ୍ୱିକ ସ୍ଥିତିରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି। ଘଟଣାସ୍ଥଳରେ ମମିତାଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ ମଧ୍ୟ ପୁଲିସ୍‌  ତରଫରୁ ସେମାନଙ୍କୁ କୌଣସି  ସହଯୋଗ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପରିବାର ଲୋକଙ୍କୁ ମୃତଦେହ କିମ୍ବା ସେଠାରୁ ମିଳିଥିବା କୌଣସି ସାମଗ୍ରୀ ଦେଖାଯାଇ ନ ଥିବା ପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କ ବଡ଼ ବାପା।  ଷ୍ଟାଡିୟମ ଭିତରେ ମୃତଦେହ ବାହାରିଥିବା ଶୁଣି ଶହ ଶହ ଲୋକ ଧସେଇ ପଶିବା ସମୟରେ ସେମାନେ ମଧ୍ୟ ଭିତରକୁ ପଶିଥିଲେ। ହେଲେ ପୁଲିସ୍‌ ନିକଟରୁ ସେମାନଙ୍କୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ପରିବାର ଲୋକ କହିଛନ୍ତି।

Advertisment

ଏହି ଖବର  ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଷ୍ଟାଡିୟମଟି ପୁଲିସ୍‌ ଛାଉଣୀରେ  ପରିଣତ ହୋଇଥିବା ସତ୍ତ୍ୱେ ଶହ ଶହ ଲୋକ ଷ୍ଟାଡିୟମ ଭିତରକୁ ଧସି ପଶି ଯାଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ ଲୋକଙ୍କୁ ଘଉଡ଼ାଇବାକୁ ଆରମ୍ଭ କରିଛି।  ମୃତଦେହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାହାର ଡିଏନ୍‌ଏ ଟେଷ୍ଟ ହେବ ବୋଲି ବଲାଙ୍ଗିର ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍‌ସାଇନ ପବ୍ଲିକ୍ ସ୍କୁଲ  ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତକାଲିଠୁ ଫେରାର ହୋଇଯାଇଥିବା ବେଳେ ଆଜି ପୁଲିସ୍‌ ତାଙ୍କ କାର୍‌ ଜବତ କରିଛି। ଏହାବାଦ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ର ଠିକାଦାରୀ କାମ ଗୋବିନ୍ଦ ସାହୁ କରୁଥିବା ବେଳେ ଏହା ତାଙ୍କ ନିୟନ୍ତ୍ରଣରେ ଥିଲା। ତେଣୁ  ତାଙ୍କ ଉପରକୁ ଏବେ ଆଙ୍ଗୁଠି ଉଠୁଥିବା ବେଳେ ପୁଲିସ୍‌ ଗତକାଲିଠୁ ତାଙ୍କ ପତ୍ତା ପାଇପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe