ରେଳ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): କଣ୍ଟାବାଞ୍ଜି ନିକଟସ୍ଥ କର୍ଲା ଫାଟକ ରେଳ ଖମ୍ବା ନିକଟରେ ରେଳ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଜଣଙ୍କ ହେଲେ ମହେନ୍ଦ୍ର ପୋଢ଼ । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଆଇଆଇସି ଓ ଜିଆରପି ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି। ସୁଚନାଯୋଗ୍ୟ ଯେ,ମହେନ୍ଦ୍ର କଣ୍ଟାବାଞ୍ଜିର ରୁବି ଟ୍ରାନ୍ଚପୋର୍ଟ ଅନୀଲ ଅଗ୍ରୱାଲଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ । ଗତକାଲି ସେ […]

deadbody

deadbody

Tapaswini Nayak
  • Published: Friday, 02 October 2020
  • Updated: 02 October 2020, 02:29 PM IST

Sports

Latest News

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): କଣ୍ଟାବାଞ୍ଜି ନିକଟସ୍ଥ କର୍ଲା ଫାଟକ ରେଳ ଖମ୍ବା ନିକଟରେ ରେଳ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଜଣଙ୍କ ହେଲେ ମହେନ୍ଦ୍ର ପୋଢ଼ । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଘଟଣାସ୍ଥଳରେ କଣ୍ଟାବାଞ୍ଜି ଆଇଆଇସି ଓ ଜିଆରପି ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି।

ସୁଚନାଯୋଗ୍ୟ ଯେ,ମହେନ୍ଦ୍ର କଣ୍ଟାବାଞ୍ଜିର ରୁବି ଟ୍ରାନ୍ଚପୋର୍ଟ ଅନୀଲ ଅଗ୍ରୱାଲଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ । ଗତକାଲି ସେ ରାୟପୁରରୁ ଏକ ପିକଅପ୍‌ ଭ୍ୟାନ୍‌ରେ କଣ୍ଟାବାଞ୍ଜି ଫେରୁଥିଲେ। ହେଲେ ମୁଖ୍ୟ ରାସ୍ତାରେ ତାଙ୍କ ଗାଡି ମିଳିଥିଲା ବେଳେ ରେଳ ଲାଇନ ଟ୍ରାକ୍‌ରେ  ମୃତଦେହ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ । ମହେନ୍ଦ୍ରଙ୍କ ଶରୀରରେ କୌଣସି ଦାଗ ନାହିଁ । କେବଳ ମୁଣ୍ଡରେ ମାଡ ହୋଇଥିବାରୁ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos