/odisha-reporter/media/post_attachments/uploads/2020/09/deadbody-12333.jpg)
deadbody
କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): କଣ୍ଟାବାଞ୍ଜି ନିକଟସ୍ଥ କର୍ଲା ଫାଟକ ରେଳ ଖମ୍ବା ନିକଟରେ ରେଳ ଟ୍ରାକ୍ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଜଣଙ୍କ ହେଲେ ମହେନ୍ଦ୍ର ପୋଢ଼ । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଘଟଣାସ୍ଥଳରେ କଣ୍ଟାବାଞ୍ଜି ଆଇଆଇସି ଓ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Advertisment
ସୁଚନାଯୋଗ୍ୟ ଯେ,ମହେନ୍ଦ୍ର କଣ୍ଟାବାଞ୍ଜିର ରୁବି ଟ୍ରାନ୍ଚପୋର୍ଟ ଅନୀଲ ଅଗ୍ରୱାଲଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ । ଗତକାଲି ସେ ରାୟପୁରରୁ ଏକ ପିକଅପ୍ ଭ୍ୟାନ୍ରେ କଣ୍ଟାବାଞ୍ଜି ଫେରୁଥିଲେ। ହେଲେ ମୁଖ୍ୟ ରାସ୍ତାରେ ତାଙ୍କ ଗାଡି ମିଳିଥିଲା ବେଳେ ରେଳ ଲାଇନ ଟ୍ରାକ୍ରେ ମୃତଦେହ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ । ମହେନ୍ଦ୍ରଙ୍କ ଶରୀରରେ କୌଣସି ଦାଗ ନାହିଁ । କେବଳ ମୁଣ୍ଡରେ ମାଡ ହୋଇଥିବାରୁ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
