/odisha-reporter/media/post_attachments/uploads/2020/08/doctor-2.jpg)
doctor
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସହରର ଏକ ହୋଟେଲ୍ ରୁମ୍ ଭିତରୁ ଜଣେ କୋଭିଡ୍ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଜାମଦା ଗାଁର ଆଶା ଚରଣ ମାଝି । ସେ ରାଙ୍କିସ୍ଥିତ କୋଭିଡ୍ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ।
Advertisment
ଗତକାଲି ଅପରାହ୍ନରେ ହୋଟେଲ୍ କର୍ମଚାରୀମାନେ ତାଙ୍କୁ ଡାକିବା ପରେ ମଧ୍ୟ ସେ ନ ଶୁଣିବାରୁ ପୁଲିସ୍କୁ ଖବର ଦିଆଯାଇଥିଲା । ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।
କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ତାଙ୍କର କେମିତି ମୃତ୍ୟୁ ହେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
