ହୋଟେଲ୍ ରୁମ୍‌ରୁ ମିଳିଲା କୋଭିଡ ଡାକ୍ତରଙ୍କ ମୃତଦେହ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସହରର ଏକ ହୋଟେଲ୍ ରୁମ୍ ଭିତରୁ ଜଣେ କୋଭିଡ୍ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଜାମଦା ଗାଁର ଆଶା ଚରଣ ମାଝି । ସେ ରାଙ୍କିସ୍ଥିତ କୋଭିଡ୍ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ  । ଗତକାଲି ଅପରାହ୍ନରେ ହୋଟେଲ୍ କର୍ମଚାରୀମାନେ ତାଙ୍କୁ ଡାକିବା ପରେ ମଧ୍ୟ ସେ ନ ଶୁଣିବାରୁ ପୁଲିସ୍‌କୁ ଖବର ଦିଆଯାଇଥିଲା । ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା  । କେନ୍ଦୁଝର […]

doctor

Niharika Rout
  • Published: Monday, 07 December 2020
  • , Updated: 07 December 2020, 07:36 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସହରର ଏକ ହୋଟେଲ୍ ରୁମ୍ ଭିତରୁ ଜଣେ କୋଭିଡ୍ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଜାମଦା ଗାଁର ଆଶା ଚରଣ ମାଝି । ସେ ରାଙ୍କିସ୍ଥିତ କୋଭିଡ୍ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ  ।

ଗତକାଲି ଅପରାହ୍ନରେ ହୋଟେଲ୍ କର୍ମଚାରୀମାନେ ତାଙ୍କୁ ଡାକିବା ପରେ ମଧ୍ୟ ସେ ନ ଶୁଣିବାରୁ ପୁଲିସ୍‌କୁ ଖବର ଦିଆଯାଇଥିଲା । ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା  ।

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି  । ତେବେ ତାଙ୍କର କେମିତି ମୃତ୍ୟୁ ହେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

Related story