Advertisment

କଲରାପତରିଆ ବାଘର ଗଳିତ ମୃତଦେହ ଠାବ, ନଖ ଗାଏବ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଏକ  କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି। ବାଘଟିର ମୃତ୍ୟୁ କେବେ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ତାହା ଏବେ ପଚିବାକୁ ଲାଗିଲାଣି।   ଶିକାରୀ ବାଘଟିକୁ ହତ୍ୟାକରି ନଖ କାଟି ନେଇଥିବା ସନ୍ଦେହ କରାଯାଉଛି । ଏନେଇ ବନ ବିଭାଗ ନିକଟରେ କିଛି ଖବର ନ ଥିବା ବେଳେ  ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ପରେ […]

ଅଦ୍ୟତନ ହୋଇଛି
କଲରାପତରିଆ ବାଘର ଗଳିତ ମୃତଦେହ ଠାବ, ନଖ ଗାଏବ

tiger

Advertisment

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଏକ  କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି। ବାଘଟିର ମୃତ୍ୟୁ କେବେ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ତାହା ଏବେ ପଚିବାକୁ ଲାଗିଲାଣି।   ଶିକାରୀ ବାଘଟିକୁ ହତ୍ୟାକରି ନଖ କାଟି ନେଇଥିବା ସନ୍ଦେହ କରାଯାଉଛି ।

Advertisment

ଏନେଇ ବନ ବିଭାଗ ନିକଟରେ କିଛି ଖବର ନ ଥିବା ବେଳେ  ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ପରେ ଉଲୁଣ୍ଡାରୁ ବନ ବିଭାଗର ଅଧିକାରୀ ଜଙ୍ଗଲରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବାଘଟିକୁ ବିଦ୍ୟୁତ୍‌ ତାର ସାହାଯ୍ୟରେ ଶିକାରୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତେବେ ବାରମ୍ବାର ଉଲୁଣ୍ଡା ରେଂଜର ବିଭିନ୍ନ ସ୍ଥାନରେ ଏଭଳି ବନ୍ୟଜନ୍ତୁ ଶିକାର ହେଉଥିଲେବି ବନ ବିଭାଗ କିନ୍ତୁ ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି  ।  ବନ ବିଭାଗ ଜାଣତରେ ଏସବୁ ଚାଲିଥିବା କହିଛନ୍ତି ସ୍ଥାନୀୟ ଲୋକେ।  ଗତ ବର୍ଷ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ଏକ ହାତୀ ଓ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲ। ଏହାସତ୍ତ୍ୱେ ତ୍ରୁଟି ସୁଧାରିବା ନାଁ ଧରୁନି ବନ ବିଭାଗ ।

Advertisment

ବ୍ୟବଚ୍ଛେଦ ପରେ ବାଘଟିର ମୃତ୍ୟୁ କିପରି ହୋଇଛି ସ୍ପଷ୍ଟ ହେବ । ଏପରି ଘଟଣାକୁ ରୋକିବାକୁ ପାଟ୍ରୋଲିଂକୁ ଜୋରଦାର କରାଯାଉଥିବା ସୂଚନା ଦେଇଛନ୍ତି ଏସିଏଫ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe