Advertisment

ପୁତୁରା ନେଇଗଲା ପୁଅର ଜୀବନ; ଅଜଣା ନମ୍ବରରୁ ମାଗିଥିଲା ୧୦ ଲକ୍ଷ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ସବୁ ଦିନ ପରି ଶନିବାର ବି ପୁଅ ଟ୍ୟୁସନ ଯାଇଥିଲା। ବାପାମା’ ଭାବିଥିଲେ ଟ୍ୟୁସନ୍‌ ସାରି ପୁଅ ଘରକୁ ଫେରି ଆସିବ । ହେଲେ ଫେରିଲାନି ପୁଅ। ବହୁ ଖୋଜାଖୋଜି ପରେ ନିଖୋଜର ୪ ଦିନ ପରେ ଆଜି ସକାଳୁ ଜଙ୍ଗଲରୁ ମିଳିଲା ପୁଅର ମୃତଦେହ। ସମ୍ପର୍କୀୟ ଭାଇ ହିଁ ନେଲା ଜୀବନ । ୧୦ ଲକ୍ଷ ପାଇଁ ପରିବାର ପାଖକୁ ମେସେଜ  ଆସିଥିବା ବେଳେ ଏହାର ୩ ଦିନ ପରେ ମିଳିଲା […]

ଅଦ୍ୟତନ ହୋଇଛି
ପୁତୁରା ନେଇଗଲା ପୁଅର ଜୀବନ; ଅଜଣା ନମ୍ବରରୁ ମାଗିଥିଲା ୧୦ ଲକ୍ଷ

mohan-kumar

Advertisment

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ସବୁ ଦିନ ପରି ଶନିବାର ବି ପୁଅ ଟ୍ୟୁସନ ଯାଇଥିଲା। ବାପାମା’ ଭାବିଥିଲେ ଟ୍ୟୁସନ୍‌ ସାରି ପୁଅ ଘରକୁ ଫେରି ଆସିବ । ହେଲେ ଫେରିଲାନି ପୁଅ। ବହୁ ଖୋଜାଖୋଜି ପରେ ନିଖୋଜର ୪ ଦିନ ପରେ ଆଜି ସକାଳୁ ଜଙ୍ଗଲରୁ ମିଳିଲା ପୁଅର ମୃତଦେହ। ସମ୍ପର୍କୀୟ ଭାଇ ହିଁ ନେଲା ଜୀବନ । ୧୦ ଲକ୍ଷ ପାଇଁ ପରିବାର ପାଖକୁ ମେସେଜ  ଆସିଥିବା ବେଳେ ଏହାର ୩ ଦିନ ପରେ ମିଳିଲା ପୁଅର ମୃତଦେହ । ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ସିରଭଟାପଡାରେ ହୋଇଛି।  ମୃତକ ହେଲେ ମୋହନ କୁମାର ।

Advertisment

ସିରଭଟାପଡାର ଦିଲୀପ କୁମ୍ଭାର ଓ ଦୀପିୟାନ କୁମ୍ଭାରଙ୍କ ପରିବାର କହିଲେ ୩ ଝିଅ ଓ ପୁଅ ମୋହନ । ଦିଲୀପ କୁମ୍ଭାର ରେଲୱେରେ ଗ୍ରୁପ୍‌ ଡି କର୍ମଚାରୀ ଭାବେ କାମ କରୁଥିବା ବେଳେ ମୋହନ ନିକଟସ୍ଥ ସ୍କୁଲରେ ପଢ଼ୁଥିଲେ। ସବୁଦିନ ପରି ମୋହନ ଶନିବାର ଅପରାହ୍ନ ୪ଟାରେ ଚାଲି ଚାଲି ଟ୍ୟୁସନ ଯାଇଥିଲା। ପ୍ରତିଦିନ ରାତି ପ୍ରାୟ ୮ଟା ବେଳେ ସେ ଘରକୁ ଫେରିଆସେ। ହେଲେ ଶନିବାର ସେ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା।  ପରିବାର ଲୋକେ ଟ୍ୟୁସନ ସାର୍‌ଙ୍କୁ ଫୋନ କରିବାରୁ ମୋହନ ଟ୍ୟୁସନ୍‌ ଯାଇ ନ ଥିବା ଜାଣିବାକୁ ପାଇଥିଲେ।

ପରିବାର ଲୋକଙ୍କ କହିବାନୁଯାୟୀ, ଦୀର୍ଘ ଦିନ ହେଲେ ସମ୍ପର୍କୀୟ ସୁମିତ କୁମ୍ଭାରଙ୍କର ଦେଖା ନ ଥିବା ବେଳେ ଗତ ଶନିବାର ସେ ଘରକୁ ଆସିଥିଲେ।  ମୋହନ ଟ୍ୟୁସନ୍‌ ବାହାରିଯିବା ପରେ ସେ ବି  ଘରକୁ ଯାଉଛି କହି ପଳାଇଥିଲେ। ଏହାପରଠୁ ପୁଅ ନ ମିଳିବାରୁ  ସନ୍ଦେହ କରି ପରିବାର ଲୋକେ ତାକୁ ପଚରାଉଚରା କରିଥିଲେ । ମାତ୍ର ସେ ପ୍ରଥମେ କିଛି ମାନି ନ ଥିଲେ। ହେଲେ ଗତକାଲି ପୁଲିସ୍‌ ପଚରାଉଚରା କରିବା ପରେ ସବୁ ସତ ମାନି ଯାଇଥିଲେ ସୁମିତ ।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଶନିବାର ମୋହନ ଟ୍ୟୁସନ ଯାଉଥିବା ବେଳେ ସୁମିତ ତାକୁ ବୁଲିଯିବାକୁ ଡାକି ନେଇଥିଲା। ଏହାପରେ ସନ୍ଧ୍ୟାରେ ପରିବାର ପାଖକୁ ୧୦ ଲକ୍ଷ ପାଇଁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା। ଏହାପରେ ଉକ୍ତ ରାତିରେ ହିଁ ସିକିର ଜଙ୍ଗଲରେ ଥିବା ଏକ ନବନିର୍ମିତ ଘରେ ଧାରୁଆ ଅସ୍ତ୍ରରେ ମୋହନକୁ ହତ୍ୟା କରାଯାଇଥିଲା। ପରିବାର ଲୋକେ ଯେପରି ସନ୍ଦେହ ନ କରିବେ ସେଥିନିମନ୍ତେ ସୁମିତ ହତ୍ୟାକାଣ୍ଡ ପରେ ବି ନିୟମିତ ଭାବେ ମୋହନଙ୍କ ଘରକୁ ଆସୁଥିଲା। ଖୋଜାଖୋଜିରେ ନିଜକୁ ସମ୍ପୃକ୍ତ କରୁଥିଲା , ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଉଥିଲେ। ହେଲେ ପରିବାର ଲୋକଙ୍କର ସୁମିତ ଉପରେ ସନ୍ଦେହ ହେବାରୁ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ତାକୁ ନିଜ ଘର କେସିଙ୍ଗାରୁ ଧରି ଆଣି ପଚରାଉଚରା କରିଥିଲା। ପ୍ରଥମେ ପ୍ରଥମେ ଏସମ୍ପର୍କରେ କିଛି ଜାଣି ନ ଥିବା କହୁଥିବା ସୁମିତ ପରବର୍ତ୍ତୀ ସମୟରେ ହତ୍ୟାକାଣ୍ଡ ଭିଆଇଥିବା ମାନିଛି।

ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌  ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe