/odisha-reporter/media/post_attachments/uploads/2020/04/deadbody-10000.jpg)
deadbody
କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରେ ଥିବା ରେଳଲାଇନ କଡରୁ ଗତକାଲି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ମୃତଦେହ ନିକଟରେ ଗୋଟିଏ ପାଣି ବୋତଲ ଓ ଚପଲ ପଡିଥିବାର ଦେଖିବାକୁ ମିଳିଥିଲା।
Advertisment
କଣ୍ଟାବାଞ୍ଜି ଜିଆରପି ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
