elephant
ଅନୁଗୋଳ(ବିରଜା ଦାଶ): ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ିମରା ନିକଟରେ ଏକ ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ଆନୁମାନିକ ବୟସ ୧୫ ରୁ ୨୦ବର୍ଷ ହେବ ବୋଲି ଜଣାପଡ଼ିଛି।
ଆଜି ସକାଳେ ହାତୀଟି ଗୋଡ଼ିମରା ନିକଟରେ ମରିପଡ଼ିଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଖବର ପାଇ ଅନୁଗୋଳ ଡିଏଫ୍ଓ ଏବଂ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ହାତୀର ପାଟିରୁ ରକ୍ତ ବାହାରୁ ଥିବାରୁ ଅସୁସ୍ଥତା ଯୋଗୁ ତା’ର ମୃତ୍ୟୁ ଘଟିଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ ସୂଚନା ଦେଇଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଅନୁଗୋଳ ଡିଏଫ୍ଓ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/elephant-550000.jpg)