Advertisment

ରାଜଧାନୀରେ ନାଳରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜଧାନୀ ଭୁବନେଶ୍ୱରରେ ନାଳରେ ପଡ଼ି ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମିଳିଲା ତାଙ୍କ ମୃତଦେହ। ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ପଞ୍ଚସଖା ନଗର ପାଖ ଡ୍ରେନରୁ ଅଗ୍ନିଶମ କର୍ମଚାରୀମାନେ ଏକ ମୃତଦେହ ଉଦ୍ଧାର କରିଥିଲେ। ତେବେ ସଙ୍ଗେ ସଙ୍ଗେ ଏହା ଜ୍ୟୋତିପ୍ରକାଶଙ୍କ ମୃତଦେହ ନା ନୁହେଁ, […]

ଅଦ୍ୟତନ ହୋଇଛି
ରାଜଧାନୀରେ ନାଳରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ମିଳିଲା

JyotiPrakash

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜଧାନୀ ଭୁବନେଶ୍ୱରରେ ନାଳରେ ପଡ଼ି ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମିଳିଲା ତାଙ୍କ ମୃତଦେହ।

Advertisment

ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ପଞ୍ଚସଖା ନଗର ପାଖ ଡ୍ରେନରୁ ଅଗ୍ନିଶମ କର୍ମଚାରୀମାନେ ଏକ ମୃତଦେହ ଉଦ୍ଧାର କରିଥିଲେ। ତେବେ ସଙ୍ଗେ ସଙ୍ଗେ ଏହା ଜ୍ୟୋତିପ୍ରକାଶଙ୍କ ମୃତଦେହ ନା ନୁହେଁ, ତାହା ଜଣାପଡ଼ି ନଥିଲା। ମୃତଦେହକୁ ଏମ୍ସରେ ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିଥିଲେ।

ଗତକାଲି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଥିବା ଜ୍ୟୋତିପ୍ରକାଶଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ହୁଏତ ସଙ୍ଗେ ସଙ୍ଗେ ଖୋଜାଖୋଜି ଆରମ୍ଭ କରାଯାଇଥିଲେ ସେ ଜୀବିତ ମିଳିପାରିଥା’ନ୍ତେ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି।

Advertisment

ଗତକାଲି ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଗଣ୍ଡମୁଣ୍ଡା ନାଳ ନିକଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ କହିଥିଲେ। ଏହାପରେ ଖୋଜାଖୋଜି କରାଯାଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା। ଏହାପରେ ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।  ଗଣ୍ଡମୁଣ୍ଡା ନାଳଠୁ ପଞ୍ଚସଖା ନାଳ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ଅଗ୍ନିଶମ କର୍ମଚାରୀ। ଏହାପରେ ପଞ୍ଚସଖା ନାଳ ନିକଟରେ ମୃତଦେହଟି ଭାସୁଥିବା ବେଳେ ସେମାନେ ଏହାକୁ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ,  ଗତକାଲି ଅପରାହ୍ନ ୨ଟାରେ ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଯାଇଥିଲେ ଶତାବ୍ଦୀ ନଗରର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା। ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସି ଯାଇଥିଲେ । ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିଲା।

ମୁଣ୍ଡ ନେଉଛି ମୁକୁଳା ଡ୍ରେନ୍‌

ସ୍ମାଟ ସିଟି ଭୁବନେଶ୍ୱର ପାଇଁ କାଳ ସାଜିଛି ମୁକୁଳା ଡ୍ରେନ୍ । ଗତ ୬ ବର୍ଷ ଭିତରେ ମୁକୁଳା ଡ୍ରେନ୍ ରାଜଧାନୀରେ କେବଳ ୫ ମୁଣ୍ଡ ନେଇ ସାରିଲାଣି । ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଛୁଟୁଛି ପାଣିର ସୁଅ । ପାଦ ଦେଉ ଦେଉ ଡ୍ରେନ୍‌କୁ ଟାଣି ହୋଇ ମରଣଯନ୍ତାରେ ଫସି ଯାଉଛନ୍ତି ସ୍ମାର୍ଟସିଟି ବାସିନ୍ଦା । ଫଳରେ ଛଟଛଟ ହୋଇ ଚାଲି ଯାଉଛି ଜୀବନ । ବିଭିନ୍ନ ସ୍ଥାନରେ ଡ୍ରେନ୍ ମୁକୁଳା ପଡ଼ିବା ଯୋଗୁଁ ବାରମ୍ବାର ଘଟୁଛି ଅଘଟଣ ପରେ ଅଘଟଣ । ହେଲେ ନିଦାବିଷ୍ଣୁ ସାଜିଛି ବିଏମ୍‌ସି।

୨୦୧୫ ମସିହା ଅଗଷ୍ଟ ୨୬ରେ ସ୍ମାର୍ଟସିଟିର ଅସଜଡା ଡ୍ରେନ୍ ଭିତରେ ଭାସିଯାଇଥିଲେ ଜଣେ ୯ ବର୍ଷର ବାଳକ । ନୟାପଲ୍ଲୀ ବେହେରା ସାହି ନିକଟରେ ମୁକୁଳା ପଡିଥିବା ଡ୍ରେନ୍ ଛାତ୍ର ପୁପୁନ ବିଶ୍ୱାଳଙ୍କ ପାଇଁ କାଳ ସାଜିଥିଲା । ଏହାପରେ ୨୦୧୭ରେ ଜଣେ ଶିକ୍ଷକ,୨୦୧୮ରେ ଏକ ଛୋଟ ପିଲା ଏବଂ ୨୦୧୯ରେ ଜଣେ ବୃଦ୍ଧା ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିଲେ । ଏହା ସତ୍ତ୍ୱେ ମଧ୍ୟ ଚେତୁ ନ ଥିବା ବିଏମ୍‌ସି ନିଦାବିଷ୍ଣୁ ସାଜିଛି। ବିଏମ୍‌ସି ଅଧିକାରୀଙ୍କ ଏପରି ଖାମଖିଆଲି ମନୋଭାବ ଯୋଗୁ ଚାରି ଆଡ଼େ ଅସନ୍ତୋଷ ତେଜିବାରେ ଲାଗିଛି । ଗତକାଲି ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିବା ବେଳେ ଆଜି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରତିବାଦ କରାଯାଇଛି ।

ବିଏମ୍‌ସି ଅଫିସ୍‌ ଘେରିଲା ବିଜେପି

ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅଘଟଣ ପାଇଁ ବିଏମ୍‌ସି ଅଧିକାରୀମାନେ ଦାୟୀ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

Bhubaneswar Bhubaneswar News BMC Mismanagement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe