Advertisment

ଶାଶୁ ଘରୁ ମିଳିଲା ନବବଧୂର ରକ୍ତାକ୍ତ ମୃତଦେହ, ପୁଲିସ୍‌ ହେବାକୁ ଦେଖୁଥିଲେ ସ୍ୱପ୍ନ

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ): ନିଜେ ପୁଲିସ୍‌ ଅଧିକାରୀ ହୋଇ ନିର୍ଯାତିତା ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପଣ କରିଥିଲେ। ଏଥିନିମନ୍ତେ ଏସ୍‌ଆଇ ପରୀକ୍ଷା ବି ଦେଇଥିଲେ। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ନିଜେ ଯୌତୁକ ନିର୍ଯାତନାର ଶିକାର ହେଲେ। ଏପରିକି ଶାଶୁ ଘରେ ନବବଧୂର ରକ୍ତାକ୍ତ ମୃତଦେହ ପଡ଼ିଥିବା ବେଳେ ଶାଶୁ ଘର ଲୋକେ କିନ୍ତୁ ରାତାରାତି ଫେରାର ହୋଇ ଯାଇଥିବା ଜଣାଯାଇଛି। ଏପରି ଅଘଟଣ ନୟାଗଡ଼ ଜିଲ୍ଲା ରଣପୁର ଥାନା କୋଟଣିଶିଳା ଗାଁରେ ଘଟିଛି। ମୃତା […]

ଶାଶୁ ଘରୁ ମିଳିଲା ନବବଧୂର ରକ୍ତାକ୍ତ ମୃତଦେହ, ପୁଲିସ୍‌ ହେବାକୁ ଦେଖୁଥିଲେ ସ୍ୱପ୍ନ

bride

Advertisment

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ): ନିଜେ ପୁଲିସ୍‌ ଅଧିକାରୀ ହୋଇ ନିର୍ଯାତିତା ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପଣ କରିଥିଲେ। ଏଥିନିମନ୍ତେ ଏସ୍‌ଆଇ ପରୀକ୍ଷା ବି ଦେଇଥିଲେ। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ନିଜେ ଯୌତୁକ ନିର୍ଯାତନାର ଶିକାର ହେଲେ। ଏପରିକି ଶାଶୁ ଘରେ ନବବଧୂର ରକ୍ତାକ୍ତ ମୃତଦେହ ପଡ଼ିଥିବା ବେଳେ ଶାଶୁ ଘର ଲୋକେ କିନ୍ତୁ ରାତାରାତି ଫେରାର ହୋଇ ଯାଇଥିବା ଜଣାଯାଇଛି। ଏପରି ଅଘଟଣ ନୟାଗଡ଼ ଜିଲ୍ଲା ରଣପୁର ଥାନା କୋଟଣିଶିଳା ଗାଁରେ ଘଟିଛି। ମୃତା ମହିଳା ହେଲେ ବିଜୟ ଲକ୍ଷ୍ମୀ ବରାଡ଼।

Advertisment

ରାଜ ସୁନାଖଳା ପଞ୍ଚାୟତ ରମାବିଲ ଗାଁର ଘନଶ୍ୟାମ ବରାଡ଼ଙ୍କ ବଡ଼ ଝିଅ ବିଜୟ ଲକ୍ଷ୍ମୀ ବରାଡ଼ ୧୬ ମାସ ପୂର୍ବେ କୋଟଣୀ ଶିଳା ଗାଁର ଭୀମସେନ ପ୍ରଧାନ ଙ୍କ ପୁଅ ଜିତେନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ ।ଉଭୟଙ୍କର ଏକ ୬ ମାସର ଶିଶୁପୁତ୍ର ଅଛି।

ବିବାହ ବେଳେ ବିଜୟ ଲକ୍ଷ୍ମୀଙ୍କ ପରିବାର ପକ୍ଷରୁ ୬ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିବା ବେଳେ ପୁଣି ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲେ ଶାଶୁଘର ଲୋକେ । ତେବେ ଏଥିରେ ବିଜୟ ଲକ୍ଷ୍ମୀଙ୍କ ପରିବାର ଅସମର୍ଥତା ପ୍ରକାଶ କରିଥିଲେ।

Advertisment

ଏହାପରେ ଶାଶୁଘର ଲୋକେ ଝିଅକୁ ସବୁବେଳେ ନିର୍ଯାତନା ଦେଉଥିବା ବେଳେ ଶେଷରେ ତାକୁ ମାରି ଦେଇଛନ୍ତି ବୋଲି କହିଛନ୍ତି  ବିଜୟ ଲକ୍ଷ୍ମୀଙ୍କ ପିତା ଘନଶ୍ୟାମ। ଗତକାଲି ବିଳମ୍ବିତ ରାତିରେ ବିଜୟ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପଘର ଲୋକେ ଖବର ପାଇଥିଲେ। ଏହାପରେ ତାଙ୍କ ଶାଶୁ ଘରେ ପହଞ୍ଚି ଝିଅର ରକ୍ତାକ୍ତ ମୃତଦେହ ବେଡରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ହେଲେ ଘଟଣାସ୍ଥଳରୁ ବିଜୟ ଲକ୍ଷ୍ମୀଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣନ୍ଦ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେମାନେ ନିଜ ସାଥୀରେ ବିଜୟ ଲକ୍ଷ୍ମୀଙ୍କ ୬ ମାସର ପୁଅକୁ ବି ନେଇ ଯାଇଛନ୍ତି।

ଖବର ପାଇ ଆଜି ସକାଳେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତଙ୍କୁ ଖୋଜିବାକୁ ବିଭିନ୍ନ ଆଡ଼େ ଚଢ଼ାଉ ଜାରି ରଖିଛି।

ସୂଚନାଯୋଗ୍ୟ, ସବୁବେଳେ ସ୍ୱାବଲମ୍ବୀ ହେବାକୁ ସ୍ୱପ୍ନ ଦେଖୁଥିବା ବିଜୟ ଲକ୍ଷ୍ମୀ କିନ୍ତୁ ନିଜ ଗୋଡ଼ରେ ଛିଡ଼ା ହେବା ପୂର୍ବରୁ ଆଖି ବୁଜିଛନ୍ତି। ଝିଅକୁ ବାହୁନି ବାପାମା’ କାନ୍ଦୁଥିବା ବେଳେ ଅଭିଯୁକ୍ତଙ୍କୁ କଡ଼ା ଶାସ୍ତି ଦେବାକୁ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe