Advertisment

Dead Body: ମଶାଣିରୁ କିଏ ନେଇ ଯାଉଛି ପୋତା ହେଉଥିବା ଶବ

ମୃତଦେହ ପୋତାଯିବାର ୧୧ ଦିନ ରୁ ୩ ମାସ ଭିତରେ ସମାଧି ରୁ ଶବ ଗାୟବ ହେଉଥିବା ଅଭିଯୋଗ ହେଉଛି । ତେବେ କେଉଁଥିପାଇଁ ଏହି ଡେଡ ବଡି ନିଆଯାଉଛି ତାକୁ ନେଇ ଉପୁଜୁଛି ସନ୍ଦେହ।

author-image
OR Desk
456

ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁ ଶ୍ମଶାନରେ ପୋତା ଯାଇଥିଲା ଗାଁର କାର୍ତ୍ତିକ ନାୟକଙ୍କ ଶବ। ଗତ ଜାନୁଆରୀ ୧୯ ତାରିଖରେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିଲା। ଫେବ୍ରୁଆରୀ ୧୨ ତାରିଖରେ କାର୍ତ୍ତିକଙ୍କ ପରିବର ଲୋକ ଖବର ପାଇଲେ ଯେ ତାଙ୍କ ଶବ ମଶାଣିରୁ ଗାୟବ ହୋଇଯାଇଛି। ଏହାପରେ ତାଙ୍କ ପୁଅ ବନ୍ଦନ ନାୟକ ଯାଇ ଥାନାରେ ଅଭିଯୋଗ କରିଥିଲେ। ତା’ପରେ ପୋଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏହା ଏକ ମାତ୍ର ଘଟଣା ନୁହେଁ। 

Advertisment

ସେହିପରି ଗତ ନଭେମ୍ବର ୭ ତାରିଖରେ କାଞ୍ଚନ ସାମଲଙ୍କ ଶ୍ବଶୁରଙ୍କ ମୃତ୍ୟୁ ପରେ ଶ୍ମଶାନରେ ଶବ ପୋତାଯାଇଥିଲା। ତାଙ୍କ ଶ୍ବଶୁରଙ୍କ ଶବ ପୋତା ହେବାର ୩ ରୁ ୪ ମାସ ହେବ ଗାୟବ ହୋଇଛି। ସେହିପରି ହିମାଂଶୁ ବେହୁରିଆଙ୍କ ବାପାଙ୍କ ମର ଶରୀରର ବି ମଶାଣିରୁ ଗାୟବ ହୋଇଛି। ଏମିତି ବହୁ ଶବ ଗାୟବ ହୋଇଛି। ବନ୍ଦନ ନାୟକଙ୍କ କହିବା ଅନୁଯାୟୀ, ଶବ ଗାୟବ ହେଉଥିଲେ ବି କେହି ଅଭିଯୋଗ କରନ୍ତି ନାହିଁ। ସେ ଅଭିଯୋଗ କରିବା ପରେ ପୁଲିସ ଆସି ତଦନ୍ତ କରୁଛି।

ଷୋଳମପୁର ପଞ୍ଚାୟତ ଅଧୀନରେ ଥିବା ଏହି ଗାଁ ଯାଜପୁର ଜିଲ୍ଲାକୁ ଲାଗି ରହିଛି। ଗାଁକୁ ଲାଗି ବହୁଛି ବୈତରଣୀ ନଦୀ। ଆଉ ଏହାରି କୂଳରେ ରହିଛି ଶ୍ମଶାନ। ୨୦୧୬ ରୁ ଏହିଗାଁରୁଶବ ଗାୟବ ହୋଇ ଆସୁଛି। ଏ ଯାଏଁ ୩୦ ରୁ ଅଧିକ ଶବ ନିଖୋଜ ହେଲାଣି। ଏବେ ପୁଣି ଜାନୁଆରୀ ୧୨ ତାରିଖରେ ଏକ ସାଙ୍ଗରେ ୫ଟି ଶବ ଗାଏବ ଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ସମାଧି ଖୋଳା ଯାଇଥିବା ଓ ଦୁର୍ଗନ୍ଧ ଯୋଗୁଁ ଶବ ଚୋରି ହୋଇଥିବା ସନ୍ଦେହ କରାଯାଉଛି । ଘୋଷାରୀ ନେଇଥିବାର ଚିହ୍ନ ମଧ୍ୟ ରହିଛି। ଏପରିକି ମୃତ ଦେହ ପୋତାଯାଇଥିବା ସ୍ଥାନରେ ମଧ୍ୟ କିଛି ନାହିଁ। ତାହା ଅନେକ ସନ୍ଦେହ ସୃଷ୍ଟି କରୁଛି। ଅଭିଯୋଗ ପରେ ପୁଣି ଥରେ ତଦନ୍ତ ଆରମ୍ଭ କରିଛି ଭଣ୍ଡାରିପୋଖରୀ ପୋଲିସ । 

Advertisment

ମୃତଦେହ ପୋତାଯିବାର ୧୧ ଦିନ ରୁ ୩ ମାସ ଭିତରେ ସମାଧି ରୁ ଶବ ଗାୟବ ହେଉଥିବା ଅଭିଯୋଗ ହେଉଛି । ତେବେ କେଉଁଥିପାଇଁ ଏହି ଡେଡ ବଡି ନିଆଯାଉଛି ତାକୁ ନେଇ ଉପୁଜୁଛି ସନ୍ଦେହ। କେତେକ ଗୁଣି ଗାରେଡି ପାଇଁ ଭାବୁଥିବା ବେଳେ ଆଉ କେତେକ ଏମାନଙ୍କ କଙ୍କାଳ ପରୀକ୍ଷାଗରରେ ରଖିବା ପାଇଁ ଶବ ନେଇ ଯାଉଥିବା ସନ୍ଦେହ କରୁଛନ୍ତି। ତେବେ ପୋଲିସର ତଦନ୍ତ ପରେ ତାହା ସ୍ପଷ୍ଟ ହୋଇପାରିବ।