‘ମୋମୋ’ ଖାଉଛି ମୁଣ୍ଡ, ଛାତରୁ ଡେଇଁ ଜୀବନ ହାରିଲେ ଭୁବନେଶ୍ୱରର ଇଞ୍ଜିନିୟରିଂ ଛାତ୍ର
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଗେମ୍ ନେଉଛି ମୁଣ୍ଡ। ଏହାର ପ୍ରଥମ ଶିକାର ହୋଇଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର। ସେ ହେଉଛନ୍ତି ରାଉରକେଲା ରେଲ୍ୱେ କଲୋନୀର ଏସ୍. ଚେତନ କୁମାର।
ଆହୁରି ପଢ଼ନ୍ତୁ
ପୂରା ଘଟଣା ଏମିତି- ଏସ୍. ଚେତନ କୁମାର ଭୁବନେଶ୍ୱର ଏକ ଇଂଜିନିଅରିଂ କଲେଜର ତୃତୀୟ ବର୍ଷର କମ୍ପ୍ୟୁଟର ଇଞ୍ଜିନିୟରିଂର ଛାତ୍ର। ଗତ ୨୦ ତାରିଖରେ ସେ ହଷ୍ଟେଲ୍ ଛାଡି ଟ୍ରେନ୍ରେ ଚେନ୍ନାଇ ଚାଲି ଯାଇଥିଲେ। ୨୨ ତାରିଖରେ ସକାଳେ ସେ ରାଜୀବ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲ୍ର ୬ ତାଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ।
ଚେନ୍ନାଇ ପୁଲିସ ଚେତନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରି ଆରମ୍ଭ କରିଥିଲା। ମୋମୋ ଗେମ୍ର ପ୍ରଭାବରେ ସେ ଭୁବନେଶ୍ୱରରୁ ଆସି ଚେନ୍ନାଇରେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଥିଲା।
ଚେତନଙ୍କ ବାପା ରାଉରକେଲା ରେଲୱେରେ ସିନିଅର ସେକ୍ସନ ଅଫିସର ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।