Advertisment

Death: ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ମୋହନଙ୍କ ଘର ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବେହେରାମାଲ ଗାଁରେ। ଆଜି ହଠାତ ମୋହନଙ୍କୁ ଅସୁସ୍ଥ ଲାଗିଥିଲା। ତେଣୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ନିଆଯାଉଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Jitendra Garnayak
Medical

ଅସୁସ୍ଥ ଅନୁଭବ କରିବା ପରେ ବିଚାରାଧୀନ କଏଦୀ ଡାକ୍ତରଖାନା ଅଣାଯାଇଥିଲା

ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ ହେଉଛନ୍ତି ମୋହନ ସୁନା।

ମୋହନ ଏକ ହତ୍ୟାକାଣ୍ଡ ମାମଲାରେ ବିଚାରାଧୀନ କଏଦୀ ଭାବେ ସୋନପୁର କାରାଗାରରେ ଥିଲେ।

ମୋହନଙ୍କ ଘର ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବେହେରାମାଲ ଗାଁରେ।

ଆଜି ହଠାତ ମୋହନଙ୍କୁ ଅସୁସ୍ଥ ଲାଗିଥିଲା। ତେଣୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ନିଆଯାଉଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପ୍ରକୃତରେ ମୋହନଙ୍କ ମୃତ୍ୟୁ କାହିଁକି ଓ କିଭଳି ହୋଇଛି, ତାହା ତଦନ୍ତ ପରେ ଜଣାପଡ଼ିବ।

ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତରୀ ମାଇନା କରିବାକୁ ନେଇଥିବା ବେଳେ ସେ ଫେରାର ହୋଇଯାଇଛି। ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି।