Advertisment

ଝିଅ ଜନ୍ମ ଦେଇ ଆଖି ବୁଜିଲେ ପ୍ରସୂତି; ଉତ୍ତେଜନା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ରଖି ପରିବାର ଲୋକେ ହସପିଟାଲର ମହିଳା ଓ ଶିଶୁ ବିଭାଗ ଆଗରେ ଧାରଣାରେ ବସିଥିଲେ। ସୂଚନା ଅନୁସାରେ,  ଗତକାଲି ମାଳଗୋଦାମପଡାର ପପୁ ହରିପାଲଙ୍କ ସ୍ତ୍ରୀ ପ୍ରମିଳାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେ ଝିଅଟିଏ ଜନ୍ମ ଦେଇଥିଲେ। ଏହାପରେ ଅଧିକ ରକ୍ତସ୍ରାବ ହୋଇ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି […]

ଅଦ୍ୟତନ ହୋଇଛି
ଝିଅ ଜନ୍ମ ଦେଇ ଆଖି ବୁଜିଲେ ପ୍ରସୂତି; ଉତ୍ତେଜନା

bolangir

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ରଖି ପରିବାର ଲୋକେ ହସପିଟାଲର ମହିଳା ଓ ଶିଶୁ ବିଭାଗ ଆଗରେ ଧାରଣାରେ ବସିଥିଲେ।

Advertisment

ସୂଚନା ଅନୁସାରେ,  ଗତକାଲି ମାଳଗୋଦାମପଡାର ପପୁ ହରିପାଲଙ୍କ ସ୍ତ୍ରୀ ପ୍ରମିଳାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେ ଝିଅଟିଏ ଜନ୍ମ ଦେଇଥିଲେ। ଏହାପରେ ଅଧିକ ରକ୍ତସ୍ରାବ ହୋଇ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ଚିକିତ୍ସାରେ ଅବହେଳା ଯୋଗୁ ପ୍ରମିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମହିଳା ଓ ଶିଶୁ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଥିଲେ।

ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି  ମୃତକଙ୍କ ପରିବାରକୁ ବୁଝାସୁଝା କରିଥିଲେ। ଏଥିସହ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା,  ମୃତଦେହ ସଂସ୍କାର ପାଇଁ ମ୍ୟୁନିସିପାଲଟି ଖର୍ଚ୍ଚ ଦିଆଯିବ ଓ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ମୃତକଙ୍କ ପରିବାର ଲୋକେ ଧାରଣାରୁ ହଟିଥିଲେ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe