Advertisment

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁର୍ନଗଠିତ, ସଦସ୍ୟ ତାଲିକାରେ ମୃତବ୍ୟକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଆଜି ରାଜ୍ୟ ସରକାର ପୁର୍ନଗଠନ କରିଛନ୍ତି । ଏହି ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏହି ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ତେବେ ତାଲିକାରେ ମୃତବ୍ୟକ୍ତିଙ୍କ ନାମ ସାମିଲ ଥିବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ […]

ଅଦ୍ୟତନ ହୋଇଛି
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁର୍ନଗଠିତ, ସଦସ୍ୟ ତାଲିକାରେ ମୃତବ୍ୟକ୍ତି

sahitya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ଆଜି ରାଜ୍ୟ ସରକାର ପୁର୍ନଗଠନ କରିଛନ୍ତି । ଏହି ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଏହି ନବନିଯୁକ୍ତ ସଭ୍ୟମାନଙ୍କ କାର୍ଯ୍ୟକାଳ ବୈଧ ରହିବ। ତେବେ ତାଲିକାରେ ମୃତବ୍ୟକ୍ତିଙ୍କ ନାମ ସାମିଲ ଥିବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି।

Advertisment

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦସ୍ତଖତରେ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ପୁର୍ନଗଠନ କରାଯାଇଛି। ପରିଷଦରେ ୯ଜଣ ପଦାଧିକାରୀ ଥିବାବେଳେ ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ, ୮ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିଙ୍କୁ ନିଯୁକ୍ତି ମିଳିଥିବା ବେଳେ ସାଧାରଣ ପରିଷଦ ଦ୍ୱାରା ଓଡ଼ିଆ ସାହିତ୍ୟର ୮ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ। ଏମାନଙ୍କ ବ୍ୟତୀତ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ମଧ୍ୟ ସଦସ୍ୟ ରହିବେ।

ତେବେ ଆଶ୍ଚର୍ଯ୍ୟର କଥା, ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତିରେ ଗଜପତି ଜିଲ୍ଲାର ସଦସ୍ୟ ଭାବେ ତାଲିକାରେ ଲେଖିକା ମୀନାକ୍ଷୀ ସାହୁଙ୍କ ନାଁ ରହିଛି। ପାରଳାଖେମୁଣ୍ଡିର ବଡ଼ବ୍ରାହ୍ମଣ ସାହିସ୍ଥିତ ମୀନାକ୍ଷୀଙ୍କର ଗତ ୫ ଦିନ ହେଲା ମୃତ୍ୟୁ ହୋଇସାରିଲାଣି। ପାରଳାର ପୂର୍ବତନ ବିଧାୟିକ ତ୍ରିନାଥ ସାହୁଙ୍କ ବଡ଼ ଝିଅ ମୀନାକ୍ଷୀ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଓ ଗବେଷିକା। ତାଙ୍କର ୫ଦିନ ପୂର୍ବରୁ ମୃତ୍ୟୁ ଘଟିଥିଲେ ମଧ୍ୟ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପୁର୍ନଗଠିତ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ତାଙ୍କ ନାଁ କିଭଳି ରହିଲା ତାକୁ ନେଇ ପ୍ରଶ୍ନ ଉଠିଛି। ବିଭାଗର ଏଭଳି ବେପରୁୱା ମନୋଭାବ ରାଜ୍ୟ ସାହିତ୍ୟପ୍ରେମୀଙ୍କୁ ବ୍ୟଥିତ କରିଛି। ଅନ୍ୟପକ୍ଷରେ ତାଲିକାରେ ପୁରୀ ଜିଲ୍ଲାର ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାଁ ସାମିଲ ଅଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe