Advertisment

Vigilance Raid: ଦରମା ପାଉଥିଲେ ଲକ୍ଷେ ୧୨ ହଜାର, ଫସିଗଲେ ଟଙ୍କା ୩୦ ହଜାର ନେଇ, ମିଳିଲା ୪ କୋଟି ୨୭ ଲକ୍ଷ

ସବୁ ଡିଲ ହେଉଥିଲା ଭୁବନେଶ୍ୱର ପଟିଆରେ ଥିବା ଏକ ଗାଡି ସୋରୁମ୍ ଅଫିସ ନିକଟରେ ଥିବା ବାବୁଙ୍କ ସିକ୍ରେଟ୍ ଅଫିସରେ। ଏହି ସ୍ରିକେଟ୍ ଅଫିସ ଭିତରକୁ କାହାକୁ କୁଆଡ଼େ ମୋବାଇଲ ଫୋନ୍‌ ଛଡା ଯାଉନଥିଲା।

author-image
Jitendra Garnayak
DEBABRATA MOHANTY
  • ପଟିଆରେ ମହାନ୍ତି ବାବୁଙ୍କ ସିକ୍ରେଟ୍ ଅଫିସ୍, କୋଇଲାରୁ ଖୋଳ 
  • ପଟିଆରେ ଏକ ଗାଡି ସୋ’ ରୁମ ପାଖରେ ମହାନ୍ତି ବାବୁଙ୍କ ସିକ୍ରେଟ୍ ଅଫିସ୍ 
  • ଭେଟିବା ପାଇଁ ବାହାରେ ମୋବାଇଲ ରଖିବାକୁ ହେବ, କେବଳ ପିଅନକୁ ମୋବାଇଲ ଅନୁମତି
  • ବାଲି ଅପେକ୍ଷା କୋଇଲାଇରୁ ମହାନ୍ତି ବାବୁଙ୍କ ଇନକମ୍ ବେଶୀ ହେଉଥିଲା 
  • ଗୋଟିଏ ଗୋଟିଏ ମାଲ ବାହି ଗାଡିରୁ ମିନିମମ୍ ୫୦ ରୁ ୬୦ ନେଉଥିଲେ 
Advertisment


କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଲୋଭକୁ ମାନିବାକୁ ପଡ଼ିବ। ଟଙ୍କା ୩୦ ହଜାର ବି ଛାଡିଲେନି। ଘରେ ଅଛି କୋଟି କୋଟି ଟଙ୍କା ତଥାପି ଲୋଭରେ ୩୦ ହଜାର ନେଲାବେଳେ ଧରା ପଡ଼ିଗଲେ। ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନସ୍ ।

ସବୁଠାରୁ ବଡ଼ କଥା ହେଉଛି ବାବୁଙ୍କ ଲୁକ୍। ସାଧା ସିଧା ଯେମିତି କିଏ ବି ଜାଣି ପାରିବେନି ଏମିତି ଏତେ ବଡ଼ ଜଣେ ଲାଞ୍ଚୁଆ ବୋଲି। ଭୋଲା ଭାଲା ଚେହେରା ତଳେ ଲୁଚି ରହିଥିଲା ଜଘନ୍ୟ ଲାଞ୍ଚୁଆର ଛବି। ଦରମା ପାଉଥିଲେ ଲକ୍ଷେ ୧୨ ହଜାର ଟଙ୍କା। ତାଙ୍କ ଘରୁ ଟ୍ରଲି ବ୍ୟାଗ ଓ ବ୍ୟାଗରୁ ମିଳିଲା ୪ କୋଟି ୨୭ ଲକ୍ଷରୁ ଅଧିକ ଟଙ୍କା। 

Advertisment

ଏବେ ଆସନ୍ତୁ ଜାଣିବା କେମିତି ବାବୁ କେଉଁଠୁ ଏତେ ଟଙ୍କା ଆଦାୟ କରୁଥିଲେ। କୋଇଲା ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡିଲେ ମହାନ୍ତି ବାବୁ। କଟକ ନିର୍ଗୁଣ୍ଡି ଷ୍ଟେସନରେ ମାଲବାହୀ ଓ୍ୱାଗନରୁ କୋଇଲା ଅନଲୋଡ ହୋଇ ଯାଇଥାଏ ଡିପୋକୁ। ଏଥିପାଇଁ ଅନଲାଇନରେ ଗୋଟିଏ କ୍ଲିୟରାନସ୍ ଦରକାର ହୁଏ ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ। ଆଉ ଏଠାରେ ଆସେ ଦେବବ୍ରତ ମହାନ୍ତିଙ୍କ ଭୂମିକା। ଏଠାରେ ସେ କୁଆଡ଼େ ଡିମାଣ୍ଡ କରନ୍ତି ୫୦ ରୁ ୬୦ ହଜାର ଟଙ୍କା। ଗୋଟିଏ ଦିନ ଡିଲେ କରିଦେଲେ ପ୍ରାୟ ଏକ ଲକ୍ଷ ଟଙ୍କାର ଲସ ହୁଏ। ଏଥିପାଇଁ ବ୍ୟବସାୟୀମାନେ ବାବୁଙ୍କୁ ଟଙ୍କା ଦେଇ କୁଆଡ଼େ କ୍ଲିୟରାନସ୍ କରାଉଥିଲେ। ଏ ସବୁ ଡିଲ ହେଉଥିଲା ଭୁବନେଶ୍ୱର ପଟିଆରେ ଥିବା ଏକ ଗାଡି ସୋରୁମ୍ ଅଫିସ ନିକଟରେ ଥିବା ବାବୁଙ୍କ ସିକ୍ରେଟ୍ ଅଫିସରେ। ଏହି ସ୍ରିକେଟ୍ ଅଫିସ ଭିତରକୁ କାହାକୁ କୁଆଡ଼େ ମୋବାଇଲ ଫୋନ୍‌ ଛଡା ଯାଉନଥିଲା। କେବଳ ପିଅନ ହିଁ ମୋବାଇଲ ନେଇ ଯାଇ ପାରିବ। ବୁଧବାର ଏମିତି ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନସ୍ ଟିମ୍। 

ଇଏ ତ ଗଲା କୋଇଲା ବେପାର କଥା ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଦେଖିଲେ ଲାଗୁଛି ବାଲିରୁ ମଧ୍ୟ ବାବୁ ଭଲ ଇନକମ କରୁଥିଲେ।  ଏଥିରେ କୁଆଡ଼େ ମହାନ୍ତି ବାବୁଙ୍କ ସମ୍ପର୍କୀୟ ଭିଣୋଇ କିଛି ମାଫିଆ ଆରକ୍ୟୁପି ସାମିଲଥିଲେ। ବାଲିଘାଟରୁ ଟଙ୍କା ନେବା ପାଇଁ କୁଆଡ଼େ ତ୍ରିଶୁଳିଆ ଅଞ୍ଚଳର କିଛି ବାଲି ମାଫିଆଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆରକ୍ୟୁପି ଓ ଏଜେନ୍ସିମାନେ ବାଲିଘାଟର ମାଇନିଂ ପ୍ଲାନ ସହ ଇସି ଦେବାରେ ଲିଜଧାରୀଙ୍କୁ ସହଯୋଗ କରିଥାନ୍ତି। ନିର୍ଦ୍ଦିଷ୍ଟ ଏକ ଏଜେନ୍ସିକୁ କୁଆଡ଼େ ଗୁରୁତ୍ୱ ଦେଇ ପରୋକ୍ଷରେ କଟକ ଜିଲ୍ଲାର ବିଭିନ୍ନ ବାଲିଘାଟରୁ କମ ସମୟରେ ଟଙ୍କା ଆଦାୟର ବାଟ ବାହାର କରୁଥିଲେ।

ବ୍ୟୁରୋ ଇନପୁଟ ସହ କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ