/odisha-reporter/media/post_attachments/uploads/2017/10/22537950_297726270712590_26320480_n.jpg)
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାଦାନ କ୍ଷେତ୍ରରେ ନିରନ୍ତର ଅବଦାନ ପାଇଁ ଜଣାଶୁଣା ଶିକ୍ଷକ ଡକ୍ଟର ଦେବେନ୍ଦ୍ର ପତିଙ୍କୁ ମିଳିଛି ଡକ୍ଟର ଏପିଜେ ଅବଦୁଲ କଲାମ ଏକାଡେମିକ୍ ଏକ୍ସସେଲେନ୍ସ ଆୱାର୍ଡ। ୨୦୧୭ ମସିହା ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ଶୈଶବ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଜଣେ ଶିକ୍ଷାବିତଙ୍କୁ ପ୍ରଦାନ କରାଯାଇଥାଏ। ସୂଚନାଯୋଗ୍ୟ ଯେ, ଡକ୍ଟର ପତି ଏବେ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଜଣେ ବରିଷ୍ଠ ଶିକ୍ଷକ ଭାବରେ କାମ କରୁଛନ୍ତି।
Advertisment
ଏହି ପୁରସ୍କାର ପ୍ରଦାନ ପାଇଁ ଶୈଶବ ଫାଉଣ୍ଡେସନ ପକ୍ଷରୁ ଜୟଦେବ ଭବନରେ ଏକ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗାଇଦେଇଥିଲେ ଭୁବନେଶ୍ୱର ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ। ତାଙ୍କ ସହିତ ଜଣାଶୁଣା ଅଭିନେତା ତଥା ବିଜେଡି ନେତା ମୁନା ଖାଁ, ବୈଜ୍ଞାନିକ ଡକ୍ଟର ଅଭୟ ନାୟକ ଓ ଚିତ୍ତରଂଜନ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
