Advertisment

ଦଳେଇ ଘାଇରେ ବିପଦ ସଂକେତ ଟପିଲା ଦେବୀ ନଦୀ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଦଳେଇ ଘାଇରେ ଦେବୀ ନଦୀ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଂକେତ ୫୭ ଫୁଟ୍‌ ରହିଥିବା ବେଳେ ଏବେ ଏଠାରେ ୫୭.୧୦ ଫୁଟ୍‌ରେ ଜଳ ପ୍ରବାହିତ ହେଉଛି। ସେହିପରି ମାଛଗାଁରେ ବି ବିପଦ ସଂକେତ ଉପରେ ଦେବୀ ନଦୀ ବହୁଛି। ଏଠାରେ ଦେବୀ ନଦୀ ବିପଦ ସଂକେତ ୧୩ ଫୁଟ ଥିବା ବେଳେ ଏବେ ୧୪.୪୦ ଫୁଟ ରହିଛି। ସୂଚନାଯୋଗ୍ୟ, ମହାନଦୀରେ ଜଳପତ୍ତନ ବୃଦ୍ଧି ପରେ ଜଗତସିଂହପୁର ଦେଇ ପ୍ରବାହିତ ଏହାର […]

author-image
Jyoshna Pradhan
ଦଳେଇ ଘାଇରେ ବିପଦ ସଂକେତ ଟପିଲା ଦେବୀ ନଦୀ

jagasingpur

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଦଳେଇ ଘାଇରେ ଦେବୀ ନଦୀ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଂକେତ ୫୭ ଫୁଟ୍‌ ରହିଥିବା ବେଳେ ଏବେ ଏଠାରେ ୫୭.୧୦ ଫୁଟ୍‌ରେ ଜଳ ପ୍ରବାହିତ ହେଉଛି।

Advertisment

ସେହିପରି ମାଛଗାଁରେ ବି ବିପଦ ସଂକେତ ଉପରେ ଦେବୀ ନଦୀ ବହୁଛି। ଏଠାରେ ଦେବୀ ନଦୀ ବିପଦ ସଂକେତ ୧୩ ଫୁଟ ଥିବା ବେଳେ ଏବେ ୧୪.୪୦ ଫୁଟ ରହିଛି।

ସୂଚନାଯୋଗ୍ୟ, ମହାନଦୀରେ ଜଳପତ୍ତନ ବୃଦ୍ଧି ପରେ ଜଗତସିଂହପୁର ଦେଇ ପ୍ରବାହିତ ଏହାର ଶାଖାନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଦେବୀ ଓ ପାଇକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Advertisment