Advertisment

ଥାନାରେ ଅପଦସ୍ଥ ହୋଇଥିଲେ ସିମ୍‌ରନ୍‌ଙ୍କ ପରିବାର ଲୋକ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ମୁଣ୍ଡରେ ଆଘାତ ଯୋଗୁ ପ୍ରାଣ ହରାଇଛନ୍ତି ପଶ୍ଚିମ ଓଡ଼ିଶାର ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂହ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏବେ ଏହି ମାମଲାରେ ସିମ୍‌ରନଙ୍କୁ ପ୍ରେମବିବାହ କରିଥିବା ଧ୍ରୁବରାଜ ସୁନାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଘଟିବାର ୬ ଦିନ ପରେ ଝାରସୁଗୁଡ଼ା ପୁଲିସ ବିରୋଧରେ ସିମ୍‌ରନଙ୍କ ପରିବାର ଆଣିଛନ୍ତି ସାଂଘାତିକ ଅଭିଯୋଗ। ଡିସେମ୍ୱର ୨୮ ତାରିଖଠାରୁ ସିମ୍‌ରନ୍‌ ନିଖୋଜ ହୋଇଥିଲେ। ଏନେଇ ପରିବାର […]

ଥାନାରେ ଅପଦସ୍ଥ ହୋଇଥିଲେ ସିମ୍‌ରନ୍‌ଙ୍କ ପରିବାର ଲୋକ

sim-2

Advertisment

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ମୁଣ୍ଡରେ ଆଘାତ ଯୋଗୁ ପ୍ରାଣ ହରାଇଛନ୍ତି ପଶ୍ଚିମ ଓଡ଼ିଶାର ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂହ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏବେ ଏହି ମାମଲାରେ ସିମ୍‌ରନଙ୍କୁ ପ୍ରେମବିବାହ କରିଥିବା ଧ୍ରୁବରାଜ ସୁନାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଘଟିବାର ୬ ଦିନ ପରେ ଝାରସୁଗୁଡ଼ା ପୁଲିସ ବିରୋଧରେ ସିମ୍‌ରନଙ୍କ ପରିବାର ଆଣିଛନ୍ତି ସାଂଘାତିକ ଅଭିଯୋଗ।

Advertisment

ଡିସେମ୍ୱର ୨୮ ତାରିଖଠାରୁ ସିମ୍‌ରନ୍‌ ନିଖୋଜ ହୋଇଥିଲେ। ଏନେଇ ପରିବାର ଲୋକେ ଝାରସୁଗୁଡ଼ା ଟାଉନ୍ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ପୁଲିସ ଏପରି ଏକ ସମ୍ୱେଦନଶୀଳ ଘଟଣାରେ ମାମଲା ରୁଜୁ କରିବା ପରିବର୍ତ୍ତେ ପରିବାର ଲୋକଙ୍କୁ ଅପଦସ୍ଥ କରାଯାଇଥିଲା। ଏପରିକି ସିମରନଙ୍କ ପରିବାରଲୋକଙ୍କୁ ଟାଉନ୍ ଥାନାଧିକାରୀ ଝସକେତନ ଧଳ ଗାଳି ଗୁଳଜ କରିବା ସହ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।

publive-imageଗତ ୩ ତାରିଖରେ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିଥିଲା। ଏହା ପରେ ସଂପୃକ୍ତ ଅଧିକାରୀ ତଦନ୍ତ କରିବାକୁ ତାଙ୍କ(ସିମ୍‌ରନ୍‌) ଘରକୁ ଯାଇଥିଲେ। ଆଉ ସେହି ସମୟରେ ପୀଡ଼ିତାଙ୍କ ପରିବାରଲୋକେ ଏନେଇ ଝାରସୁଗୁଡ଼ା ଥାନାଧିକାରୀଙ୍କ ସମେତ ମହିଳା ଅଧିକାରୀଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ଯାହାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ବେଳର ଭିଡିଓକୁ ଗୁରୁତ୍ୱ ସହ ନେଇଛନ୍ତି ଉତ୍ତରାଞ୍ଚଳ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe