Advertisment

ଶୁଭଶ୍ରୀ ମୃତ୍ୟୁ ମାମଲା: ବୟଫ୍ରେଣ୍ଡ ଚିତ୍ତ ଗିରଫ, ଝୁଲନ୍ତା ଶବରୁ ଓଢ଼ଣୀ ନେଇ ପଳାଇଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମୃତ୍ୟୁ ମାମଲାରେ ନାଟର ଗୋବର୍ଦ୍ଧନ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନା ଗିରଫ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ପରକୀୟା ପ୍ରୀତି, ଅବିଶ୍ୱାସ ଓ ଝଗଡ଼ାରୁ ଏହି ଆତ୍ମହତ୍ୟା ଘଟଣା ଘଟିଥିବା ଘଟିଛି। ୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ଚିତ୍ତର ସଂପର୍କ ସୃଷ୍ଟି ହୋଇଥିଲା। ୨୦୧୯ରେ ଶୁଭଶ୍ରୀ ନିଜ ବାପ ଘର ନୟାଗଡ଼କୁ […]

ଅଦ୍ୟତନ ହୋଇଛି
ଶୁଭଶ୍ରୀ ମୃତ୍ୟୁ ମାମଲା: ବୟଫ୍ରେଣ୍ଡ ଚିତ୍ତ ଗିରଫ, ଝୁଲନ୍ତା ଶବରୁ ଓଢ଼ଣୀ ନେଇ ପଳାଇଥିଲେ

cita

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମୃତ୍ୟୁ ମାମଲାରେ ନାଟର ଗୋବର୍ଦ୍ଧନ ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନା ଗିରଫ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ପରକୀୟା ପ୍ରୀତି, ଅବିଶ୍ୱାସ ଓ ଝଗଡ଼ାରୁ ଏହି ଆତ୍ମହତ୍ୟା ଘଟଣା ଘଟିଥିବା ଘଟିଛି। ୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ଚିତ୍ତର ସଂପର୍କ ସୃଷ୍ଟି ହୋଇଥିଲା।

Advertisment

୨୦୧୯ରେ ଶୁଭଶ୍ରୀ ନିଜ ବାପ ଘର ନୟାଗଡ଼କୁ ଯାଇଥିବା ବେଳେ ଗାଁ ନିକଟର ଚିତ୍ତରଞ୍ଜନ ସମ୍ପର୍କରେ ଆସିଥିଲେ। ଯାହା ପରେ ଦୁହିଁଙ୍କ ଭିତରେ ମୋବାଇଲ ନମ୍ବର ଦିଆନିଆ ହୋଇଥିଲା। ସମ୍ପର୍କ ବଢ଼ିବା ପରେ ସେମାନେ ବିଭିନ୍ନ ସ୍ଥାନ ବୁଲିଥିଲେ। ଲଜିଂରେ ରହି ରାତି କାଟିଥିଲେ। ଚିତ୍ତରଞ୍ଜନ ଭୁବନେଶ୍ୱରରେ ସତ୍ୟନଗରରେ ରହୁଥିଲେ। ଗାଡ଼ି ଚଲାଇ ଗୁଜୁରାଣ ମେଣ୍ଟାଉଥିଲେ। ଏଭଳି ପରକ୍ରିୟା ପ୍ରୀତି ସମ୍ପର୍କରେ ଶୁଭଶ୍ରୀଙ୍କ ସ୍ୱାମୀ ମଧ୍ୟ ଆଭାଷ ପାଇବା ପରେ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥିଲା।

ଶୁଭଶ୍ରୀ ଆତ୍ମହତ୍ୟା କରିବା ଦିନକ ପୂର୍ବରୁ ଅର୍ଥାତ ଗତ ମାସ ୨୮ ତାରିଖରେ ତାଙ୍କ ସ୍ୱାମୀ ଗାଁକୁ ଯାଇଥିଲେ। ଏହା ପରଦିନ ଶୁଭଶ୍ରୀ ଜଣେ ବ୍ୟକ୍ତିଙ୍କ ସହ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ଏ ବାବଦରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଜଣାଇଥିଲେ। ହେଲେ ଏନେଇ ସେ ଚିତ୍ତରଞ୍ଜନକୁ ଜଣାଇବା ପରେ ମନମାଳିନ୍ୟ ଆରମ୍ଭ ହୋଇଥିଲା। ଫୋନ୍‌ରେ ଶୁଭଶ୍ରୀଙ୍କୁ ଗାଳିଗୁଳଜ କରିଥିଲେ ଚିତ୍ତ। ପରେ ରାତି ୧୧ଟାରେ ଶୁଭଶ୍ରୀଙ୍କ ଘରକୁ ଯାଇ ଗାଳିଗୁଳଜ କରିବା ସହ ମାଡ଼ ମାରିଥିଲେ। ପରେ ସେଠାରୁ ସତ୍ୟନଗର ସ୍ଥିତ ନିଜ ଭଡ଼ା ଘରକୁ ଚାଲି ଯାଇଥିଲେ।

Advertisment

ଏଭଳି କାଣ୍ଡ ପରେ ମାନସୀକ ଭାରସାମ୍ୟ ହରାଇ ଶୁଭଶ୍ରୀ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ ଏବଂ ଓଢ଼ଣୀ ଦେଇ ଘର ପଙ୍ଖାରେ ଝୁଲି ପଡ଼ିଥିଲେ। ତେବେ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ସେ ଏଭଳି ପଦକ୍ଷେପ ନେଉଥିବା ଚିତ୍ତଙ୍କୁ ଫୋନ୍ କରି ଜଣାଇଥିଲେ। ଯାହାକୁ ନେଇ ଚିତ୍ତ ଚିନ୍ତାରେ ପଡ଼ିଥିଲେ। ସତ୍ୟାସତ୍ୟ ଜାଣିବାକୁ ଶୁଭଶ୍ରୀଙ୍କ ଘର ନିକଟରେ ରହୁଥିବା ଜଣେ ଟ୍ୟୁସନ ସାରଙ୍କୁ ଯୋଗାଯୋଗ କରିଥିଲେ। ଏହି ଟ୍ୟୁସନ ସାର୍ ନିଜ ପୁଅକୁ ସତ୍ୟାସତ୍ୟ ଦେଖି ଆସିବାକୁ ପଠାଥିଲେ। ସେ ଶୁଭଶ୍ରୀଙ୍କ ଘରେ ପହଞ୍ଚି ଦେଖିବା ବେଳେକୁ ଘର ଦୁଆର ଭିତରୁ ଦିଆଯାଇଥିଲା। ଦୁଆର ଫାଙ୍କରେ ନିରୀଖି ଦେଖିବା ବେଳକୁ ଶୁଭଶ୍ରୀ ପଙ୍ଖାରେ ଝୁଲି ଯାଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ଟ୍ୟୁସନ ସାର୍‌ ଫୋନ୍ କରି ଚିତ୍ତକୁ ଜଣାଇଥିଲେ। ଚିତ୍ତ ଖବର ପାଇ ତୁରନ୍ତ ଶୁଭଶ୍ରୀଙ୍କ ଘରେ ପହଞ୍ଚିଥିଲେ। କବାଟ ଭାଙ୍ଗି ଭିତରକୁ ଯିବା ପରେ ଫ୍ୟାନ୍‌ରେ ଝୁଲୁଥିବା ଶୁଭଶ୍ରୀଙ୍କ ଶରୀରକୁ ବାହାର କରିଥିଲେ। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ମୃତଦେହକୁ ଖଟ ଉପରେ ରଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

ହେଲେ ଯିବା ବେଳେ ଶୁଭଶ୍ରୀ ଯେଉଁ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିଲେ, ତାହାକୁ ନେଇ ଚାଲି ଯାଇଥିଲେ। ଯିବା ପରେ ବାଟରେ ଏହାକୁ ଫୋପାଡ଼ି ଦେଇଥିଲେ। ଓଢ଼ଣୀରେ ନିଜର ଫିଙ୍ଗରପ୍ରିଣ୍ଟ ଆସିଥିବାରୁ ନିଜକୁ ନିର୍ଦ୍ଧୋଷ କରାଇବାକୁ ସେ ଏଭଳି କାଣ୍ଡ ଭିଆଇଥିଲେ।

ହେଲେ ମୃତ ମହିଳାଙ୍କ ଫୋନ୍ କଲ୍‌ ଯାଞ୍ଚ ପରେ ସେ ସନ୍ଦେହକୁ ଆସିବାରୁ ପୁଲିସ ପଚରାଉଚରା କରିଥିଲା। ଏହି ସମୟରେ ସେ ନିଜର ଦୋଷ ଓ କରିଥିବା କାରନାମା ବଖାଣି ଥିଲା। ଯାହା ପରେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି।

ତେବେ ଶୁଭଶ୍ରୀ କାହା ସହ ଡାକ୍ତରଖାନା ଯାଇଥିଲେ ଓ ତାହାକୁ ନେଇ କାହିଁକି ଚିତ୍ତ ଝଗଡ଼ା କରିଥିଲେ, ସେ ସମ୍ପର୍କରେ ତଦନ୍ତ ଚାଲୁଥିବା ସେ କହିଛନ୍ତି।

ସୂଚନାଥାଉକି, ୨ ଦିନ ତଳେ ଶାସ୍ତ୍ରୀନଗର ଅଂଚଳରୁ ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଶ୍ୱାସରୁଦ୍ଧରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏହି ମାମଲାରେ ଖାରବେଳ ନଗର ଥାନା ପୁଲିସ ଗତକାଲି ନୟାଗଡ଼ର ଚିତ୍ତଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଶୁଭଶ୍ରୀ ମରିବାର ଅଧଘଣ୍ଟା ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶେଷ କଲ୍ କରିଥିଲେ। ସେହି କଲ୍‌ର ଅବଧି ୨୭ ସେକେଣ୍ଡ ଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe