/odisha-reporter/media/post_attachments/uploads/2019/04/balasore-1.jpg)
balasore-1
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ଅଭୟାରଣ୍ୟ ଅଧୀନ ଭାଲିଆପୋଷି ଗାଁରୁ ଏକ ହରିଣର ଛାଲ ଓ ଶିଙ୍ଗ ଜବତ କରାଯାଇଛି। ଏଥିସହ ଶିକାରୀମାନେ ବ୍ୟବହାର କରିଥିବା ବନ୍ଧୁକକୁ ମଧ୍ୟ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।
Advertisment
ଏହି ୨ ଶିକାରୀ କିଛି ଦିନ ପୂର୍ବରୁ ମୟୂରଭଞ୍ଜରୁ ଆସି କୁଲଢ଼ିଆ ଅଭୟାରଣ୍ୟ ନିକଟରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ତେବେ ଏମାନେ ଶିକାର କରୁଥିବା ଅଭିଯୋଗ ହେବା ପରେ ଆଜି ସକାଳେ ବନ ବିଭାଗ ଚଢ଼ାଉ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
