Advertisment

ତ୍ରୁଟିପୂର୍ଣ୍ଣ ଡିଜାଇନ; ବାଦ୍ ପଡ଼ିନି ଭୁବନେଶ୍ୱର

ବ୍ରହ୍ମପୁରରେ ଗତ ରବିବାର ତ୍ରୁଟିପୂର୍ଣ୍ଣ ଓଭର ବ୍ରିଜ ପାଇଁ ପାଞ୍ଚଟି ଜୀବନ ଯିବା ପରେ ଏବେ ରାସ୍ତା ନିର୍ମାଣରେ ନକ୍ସାରୁ ନେଇ ଉଠିଲାଣି ପ୍ରଶ୍ନ । ରାଜ୍ୟ ପରିବହନ ପ୍ରାଧିକରଣର ତଥ୍ୟ ଅନୁଯାୟୀ ରାସ୍ତାର ତ୍ରୁଟିପୂର୍ଣ୍ଣ ନକ୍ସା, ଖାଲଖମା ଓ କର୍ଭ ଆଦି ପାଇଁ ରାଜ୍ୟରେ ୧୫ ପ୍ରତିଶତ ଦୁର୍ଘଟଣା ହେଉଛି।

Bomikhal
Advertisment

ଭୁବନେଶ୍ୱର ବୋମିଖାଲ୍ ଫ୍ଲାଏ ଓଭର ବ୍ରିଜ । Y ଆକୃତିରେ ଏହି ବ୍ରିଜ ସହୀଦ ନଗର ରେଲୁୱେ ଓଭର ବ୍ରିଜକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ  ରସୁଲଗଡ-ବୋମିଖାଲ ଓ ସହିଦ ନଗରକୁ ସଂଯୋଗ କରିବାକୁ ଯାଇ ଏହାର ନକ୍ସାରେ ପରିବର୍ତ୍ତନ କରାଗଲା।  ତ୍ରୁଟିପୂର୍ଣ୍ଣ ଭାବେ ନିର୍ମିତ ହୋଇଥିବା ଏହି ଓଭର ବ୍ରିଜକୁ ନେଇ ଏବେ ବି ଅସନ୍ତୋଷ ଝାଡୁଛନ୍ତି ସାଧାରଣ ଲୋକ। ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି, “ଏହି ରୋଡରେ କିଏ କେଉଁ ବାଟେ ଯିବ ଜଣା ନାହିଁ। କେବଳ ରାତି ନୁହେଁ,  ଦିନରେ  ବି ଟିକେ ଅନ୍ୟମନସ୍କ ହେଲେ ମାନେ ଦୁର୍ଘଟଣା ହେବା ଥୟ ।”

Advertisment

୨୦୧୭ରେ ନିର୍ମାଣାଧୀନ ଅବସ୍ଥାରେ ଏହି ଓଭର ବ୍ରିଜର କିଛି ଅଂଶ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇଫ୍ରାକୁ ବ୍ଲାକ ଲିଷ୍ଟଟେଡ୍ କରିଥିଲେ ରାଜ୍ୟ ସରକାର। ନିକଟରେ ଗତ ସେପଟେମ୍ବର ୨୦ ତାରିଖରେ ଦୁଇ କାର୍ ମୁହାଁମୁହିଁ ହୋଇ ୪ ଜଣ ଗୁରୁତର ହୋଇଥିଲେ। ସେହିପରି ଏହି ପୋଲରେ ୨୦୨୩ରେ ଜଣେ ସହିଦ ନଗର ପଟୁ ଆସୁଥିବା ବେଳେ ଭାରସ୍ୟାମ ହରାଇ ହଠାତ୍ ପୋଲ ତଳକୁ ପଡି ପ୍ରାଣ ହାରିଥିଲେ। ଭୁଲ ନକ୍ସା ପାଇଁ ଏହି ବ୍ରିଜରକୁ ନେଇ ଅଭିଯୋଗର ଲମ୍ବା ଫର୍ଦ୍ଦ ରହିଛି। ରାଜଧାନୀ ବାସିନ୍ଦା କହିଛନ୍ତି, “ନିର୍ମାଣ ସମୟରେ ମଧ୍ୟ ଆମେ ଅନେକ ବାର ପ୍ରତିବାଦ କରିଛି ଏହି ତ୍ରୁଟିପୂର୍ଣ୍ଣ ନକ୍ସାକୁ ନେଇ। କିନ୍ତୁ ଆମେ କଥା କିଏ କାହିଁ ଶୁଣିବ। କୋଟି କୋଟି ଟଙ୍କା ଯାହା ପାଣିରେ ପଡ଼ିଲା ଭଳି ସ୍ଥିତି।” 

ରାଜଧାନୀରେ ଏହି ଗୋଟିଏ ସ୍ଥାନ ନୁହେଁ, ହାଇଟେକ୍ ଛକ ନିକଟରେ ଜାତୀୟ ରାଜପଥ ୧୬ରେ ଏମିତି କିଛି ତ୍ରୁଟିପୂର୍ଣ୍ଣ ରାସ୍ତାକାମକୁ ନେଇ ଅଡୁଆରେ ପଡ଼ିଛନ୍ତି ଗାଡ଼ି ଚାଳକ। ଓଭର ବ୍ରିଜ ତଳେ ପୁରୀ ବାଇପାସ୍ ଲାଇନରୁ କଟକ ଅଭିମୁଖେ ଯିବା। କୁଆଖାଇ ବ୍ରିଜ ସାଇଡରୁ ଆସି ପୁରୀ କିମ୍ବା ଭୁବନେଶ୍ବର ଅଭିମୁଖେ ଯିବା ହେଉକି ବାଣୀବିହାର ପଟୁ ଆସି ପୁରୀ ବାଇପାସକୁ ଯିବା ଏକ ପ୍ରକାର କାଠିକର ପାଠ ହୋଇଯାଇଛି । ସେଠାରେ ସ୍ଥାୟୀ ଟ୍ରାଫିକ୍ ପୋଷ୍ଟ ଟିଏ ବି ନାହିଁ । ଯଦି ବର୍ଷା ବେଳେ ଟ୍ରାଫିକ ପୁଲିସ ନ ରହିଲା, ତା’ହେଲେ ଦୁର୍ଘଟଣା ହେବା ଥୟ । ପୂର୍ବତନ ଯନ୍ତ୍ରୀ ଲଳିତ ପଟ୍ଟନାୟକ ଏହାକୁ ନେଇ ବେଶ୍‌ ଉଦବେଗ ପ୍ରକାଶ କରିବା ସହ , ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ଲଳିତ ପଟ୍ଟନାୟକ  ।

Advertisment

ବ୍ରହ୍ମପୁରରେ ଗତ ରବିବାର ତ୍ରୁଟିପୂର୍ଣ୍ଣ ଓଭର ବ୍ରିଜ ପାଇଁ ପାଞ୍ଚଟି ଜୀବନ ଯିବା ପରେ ଏବେ ରାସ୍ତା ନିର୍ମାଣରେ ନକ୍ସାରୁ ନେଇ ଉଠିଲାଣି ପ୍ରଶ୍ନ । ରାଜ୍ୟ ପରିବହନ ପ୍ରାଧିକରଣର ତଥ୍ୟ ଅନୁଯାୟୀ ରାସ୍ତାର ତ୍ରୁଟିପୂର୍ଣ୍ଣ ନକ୍ସା, ଖାଲଖମା ଓ କର୍ଭ ଆଦି ପାଇଁ ରାଜ୍ୟରେ ୧୫ ପ୍ରତିଶତ ଦୁର୍ଘଟଣା ହେଉଛି। ୨୦୨୪ରେ ରାଜ୍ୟରେ ୧୨,୩୭୫ଟି ଦୁର୍ଘଟଣା ହୋଇଥିବା ବେଳେ ୬୧୪୨ ଜଣ ପ୍ରାଣ ହରାଇଛନ୍ତି।  ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷରେ ରାଜ୍ୟରେ ୫୬, ୮୩୧ଟି ଦୁର୍ଘଟଣା ହୋଇଥିବା ବେଳେ ୨୭ ହଜାର ୧୬୭ ଜଣ ଲୋକ ପ୍ରାଣ ହାରିଛନ୍ତି । ତେବେ ତ୍ରୁଟିପୂର୍ଣ୍ଣ ରାସ୍ତା ପାଇଁ ୧୫ ପ୍ରତିଶତ ଦୁର୍ଘଟଣା ହେଉଥିଲେ। ବ୍ରହ୍ମପୁରର ଦୁର୍ଘଟଣା ପରେ ପରିବହନ ମନ୍ତ୍ରୀ କହିଛନ୍ତି ଏଣିକି ତ୍ରୁଟିପୂର୍ଣ୍ଣ ରାସ୍ତା ଓ ଫ୍ଲାଏଭର ସଜଡ଼ା ଯିବ । କେବଳ ବ୍ରହ୍ମପୁର ନୁହେଁ , ସାରା ରାଜ୍ୟରେ ଏମିତି ଭୁଲ ନକ୍ସା ଥିବା ବ୍ରିଜ ଓ ରାସ୍ତାର ମରାମତି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe