ନକାରାତ୍ମକ ରାଜନୀତିର ପରାଜୟ

ଦେବେନ୍ଦ୍ର ପୃଷ୍ଟି ବିଜେପି ବାଣରେ ବିଜେପିକୁ ହରାଇବା କିଛି ସହଜ କଥା ନୁହେଁ। ଦିଲ୍ଲୀରେ କିନ୍ତୁ ଏହି ବାଣ ବ୍ୟବାହାର କରି ବିଜେପିକୁ ଅତି ସହଜରେ ହରେଇ ଦେଇଛି ଆମ୍‌ ଆଦମୀ ପାର୍ଟି ବା ଆପ୍‌। ବିଜେପିର ହିନ୍ଦୁତ୍ୱ, ରାଷ୍ଟ୍ରବାଦ ଓ ବିକାଶକୁ ଆଧାର କରି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ୍‌ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପିକୁ ପୁଣି ଥରେ ହତାଶ କରିଛି। ଅପରପକ୍ଷରେ ବିକାଶର ମନ୍ତ୍ର ଜପି ୨୦୧୪ ସାଧାରଣ ନିର୍ବାଚନରେ ସଫଳତା ଅର୍ଜନ କରିଥିବା […]

kej

kej

Debendra Prusty
  • Published: Tuesday, 11 February 2020
  • Updated: 12 February 2020, 02:43 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ବିଜେପି ବାଣରେ ବିଜେପିକୁ ହରାଇବା କିଛି ସହଜ କଥା ନୁହେଁ। ଦିଲ୍ଲୀରେ କିନ୍ତୁ ଏହି ବାଣ ବ୍ୟବାହାର କରି ବିଜେପିକୁ ଅତି ସହଜରେ ହରେଇ ଦେଇଛି ଆମ୍‌ ଆଦମୀ ପାର୍ଟି ବା ଆପ୍‌। ବିଜେପିର ହିନ୍ଦୁତ୍ୱ, ରାଷ୍ଟ୍ରବାଦ ଓ ବିକାଶକୁ ଆଧାର କରି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ୍‌ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପିକୁ ପୁଣି ଥରେ ହତାଶ କରିଛି। ଅପରପକ୍ଷରେ ବିକାଶର ମନ୍ତ୍ର ଜପି ୨୦୧୪ ସାଧାରଣ ନିର୍ବାଚନରେ ସଫଳତା ଅର୍ଜନ କରିଥିବା ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହାକୁ ଭୁଲିଯିବା ଓ ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦ ନାଁରେ କେବଳ ନକାରାତ୍ମକ ରାଜନୀତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ନୂଆ ଭାରତ ଗଠନ ପାଇଁ ସକାରାତ୍ମାକ ରାଜନୀତି ଉପରେ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଭକ୍ତମାନଙ୍କୁ ଦିଲ୍ଲୀ ନିର୍ବାଚନରୁ ଏହି ଶିକ୍ଷା ଲାଭ କରିବେ ବୋଲି ଆଶା କରାଯାଏ।

କେଜ୍ରିୱାଲ ଜଣେ ଅର୍ବାନ ନକ୍ସାଲ, ଜଣେ ଆତଙ୍କବାଦୀ। ସେମାନେ ଦେଶଦ୍ରୋହୀ। ଦେଶ୍‌ କି ଗଦ୍ଦାରୋଁ କୋ, ଗୋଲି ମାରୋ ଶାଲୋ କୋଁ। ଏତେ ଜୋର୍‌ରେ ସୁଇଚ୍‌ ଟିପ ଯେମିତି ଶାହିନବାଗ ଆନ୍ଦୋଳନକାରୀଙ୍କୁ କରେଣ୍ଟ ଲାଗି। ସେମାନେ ଦିଲ୍ଲୀରେ ପାକିସ୍ତାନ ସରକାର ଗଠନ କରିବେ। ଏସବୁ କ’ଣ ସକାରାତ୍ମକ ରାଜନୀତିର ପରିଭାଷା? ଏଇ ଭାଷାରେ ବିଜେପିର ଅନେକ ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସମର୍ଥକମାନଙ୍କୁ ଚିତ୍ରଣ କରୁଥିଲେ। ଅନ୍ୟପକ୍ଷରେ ଆପ୍‌ ନେତାମାନେ ତାଙ୍କ ସରକାରର ୫ ବର୍ଷ ମଧ୍ୟରେ ଦିଲ୍ଲୀବାସୀଙ୍କ ପାଇଁ କି କି କାମ କରାଯାଇଛି ତାହା ପ୍ରଚାର କରୁଥିଲେ। ଆପ୍‌ର କୌଣସି ନେତା ପ୍ରଧାନମନ୍ତ୍ରୀ ମୋଦୀ କି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କୌଣସି ପ୍ରକାର କଟୁ ମନ୍ତବ୍ୟ ଦିଆଯାଇ ନଥିଲା। ଏପରିକି ଆପ୍‌ ବିରୋଧରେ ଅତ୍ୟନ୍ତ କଟୁ ଓ ଉତ୍ତେଜକ ଭାଷଣ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଓ ସାଂସଦ ପରବେଶ ବର୍ମାଙ୍କ ବିରୋଧରେ ମଧ୍ୟ ଆପ୍‌ ନେତାମାନେ କିଛି କହି ନଥିଲେ। କ୍ରୋଧ ଓ ଘୃଣାର ରାଜନୀତି ପରିବର୍ତ୍ତେ ଆପ୍‌ କାମ ଓ ପ୍ରେମର ରାଜନୀତି ସପକ୍ଷରେ ପ୍ରଚାର କରୁଥିଲା। ଦିଲ୍ଲୀବାସୀ ତାହା ହିଁ ଗ୍ରହଣ କଲେ।

ବିକାଶର ସ୍ଲୋଗାନ ଦେଇ କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପି ପରବର୍ତ୍ତୀ ସମୟରେ ହିନ୍ଦୁତ୍ୱ ରାଜନୀତିର ସୁଦୃଢ଼ୀକରଣ କରୁଥିବାବେଳେ ଦିଲ୍ଲୀରେ ଏହାକୁ ଟକ୍କର ଦେବା ପାଇଁ ଆପ୍‌ ମଧ୍ୟ ଏହି ରାଜନୀତିର ସଫଳ ଅନୁସରଣ କରିଛି। କେଇ ମାସ ତଳୁ ଆପ୍‌ ସରକାର ଦିଲ୍ଳୀରେ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଏଥର ନିର୍ବାଚନରେ ମଧ୍ୟ ସେହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଆପ୍‌ ନେତାମାନେ ମୁସଲମାନଙ୍କୁ ସମର୍ଥନ କରୁଛନ୍ତି, ହିନ୍ଦୁ ବିରୋଧୀ ବୋଲି ହେଉଥିବା ପ୍ରଚାରକୁ ପ୍ରତିହତ କରିବାକୁ ଯାଇଁ କେଜ୍ରିୱାଲ ହନୁମାନ ଚାଳିଶା ବୋଲି ତାହାର ଭିଡ଼ିଓ ଛାଡ଼ିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ରାହୁଳ ଗାନ୍ଧୀ ଏହି କୌଶଳ ପ୍ରୟୋଗ କରିଥିଲେ ବି ସେ ସଫଳ ହୋଇନଥିଲେ। ରାହୁଳ ଓ ପ୍ରିୟଙ୍କା ବିଭିନ୍ନ ମନ୍ଦିର ଯାଇଥିଲେ ମଧ୍ୟ ସେମାନଙ୍କର ହିନ୍ଦୁତ୍ୱ ପ୍ରୀତିକୁ ଲୋକେ ଦେଖାଣିଆ ଭାବେ ଗ୍ରହଣ କରିଥିଲେ। କିନ୍ତୁ କେଜ୍ରିୱାଲଙ୍କ ହନୁମାନ ଚାଳିଶା ପାଠକୁ ଲୋକେ ଗ୍ରହଣ କଲେ। ତାହାର କାରଣ ହେଲା ସେ ବା ତାଙ୍କ ଦଳର କୌଣସି ନେତା ମୁସଲମାନଙ୍କ ସପକ୍ଷରେ ଖୋଲାଖୋଲି କିଛି କହୁ ନଥିଲେ। ୨୦୧୫ ଦିଲ୍ଲୀ ନିର୍ବାଚନ ପୂର୍ବରୁ ଶାହୀ ଇମାମ ଆପ୍‌ ସପକ୍ଷରେ ଭୋଟ ଦେବାକୁ ମୁସଲମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ କେଜ୍ରିୱାଲ ତାହାକୁ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ ତାଙ୍କ ଦଳ ଜାତି ଓ ଧର୍ମର ରାଜନୀତି କରେ ନାହିଁ। ଠିକ ସେହିପରି ଏଇ ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକାକୁ କେନ୍ଦ୍ର କରି ଶାହୀନ ବାଗ୍‌ରେ ଚାଲିଥିବା ଆନ୍ଦୋଳନ ପଛରେ ଆପ୍‌ ଅଛି ବୋଲି ବିଜେପି ତରଫରୁ ଯେତେ ପ୍ରଚାର କରାଗଲେ ମଧ୍ୟ ଲୋକେ ତାହା ଗ୍ରହଣ କଲେ ନାହିଁ। କାରଣ କେଜ୍ରିୱାଲ କିମ୍ବା ତାଙ୍କ ଦଳର ଅନ୍ୟ କୌଣସି ନେତା ଶାହିନବାଗ ଯାଇନଥିଲେ କି ଆନ୍ଦୋଳନକାରୀଙ୍କୁ ନୈତିକ ସମର୍ଥନ ଦେଇନଥିଲେ। ବରଂ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ହୋଇଥିବା ଗୁଳିକାଣ୍ଡ ପଛରେ ଦକ୍ଷିଣପନ୍ଥୀ ରାଜନୀତିକ କର୍ମୀଙ୍କ ସଂପୃକ୍ତି ଧରା ପଡ଼ିଥିଲା। ତାହା ଥିଲା ନକାରାତ୍ମକ ରାଜନୀତି। ଦିଲ୍ଲୀ ତା’ ବିରୋଧରେ ଭୋଟ୍‌ ଦେଲା। ଦେଶପ୍ରେମ ଓ ରାଷ୍ଟ୍ରବାଦକୁ ଆଧାର କରି ବିଜେପି ଓ ଏହି ଦଳ ନେତୃତ୍ୱାଧୀନ ଭାରତ ସରକାର ସମଗ୍ର ଦେଶରେ ରାଜନୀତିକ ସମୀକରଣ ବଦଳାଇବାକୁ ଅଭିଯାନ ଚଳେଇଛନ୍ତି। ଦିଲ୍ଲୀରେ ମଧ୍ୟ ସମାନ କୌଶଳ ପ୍ରୟୋଗ କରିଥିଲା ବିଜେପି। ଶାହିନବାଗ ଆନ୍ଦୋଳନକୁ ଭାରତ ବିରୋଧୀ ମୁସଲମାନଙ୍କ ଆନ୍ଦୋଳନ ଭାବେ ଚିତ୍ରିତ କରିବାକୁ ଦଳ ପକ୍ଷରୁ ଯଥେଷ୍ଟ ଉଦ୍ୟମ ହୋଇଛି। ଏହା ଥିଲା ନକାରାତ୍ମକ ରାଜନୀତି। କେଜ୍ରିୱାଲଙ୍କ ଦଳ ସ୍କୁଲ ପାଠ୍ୟକ୍ରମରେ ଦେଶଭକ୍ତି ସାମିଲ ହେବାକୁ ପ୍ରତିଶ୍ରୁତି ଦେଇ ବିଜେପିର ଏହି କୌଶଳକୁ ପଣ୍ଡ କରିବାରେ ସଫଳ ହୋଇଥିଲେ ବୋଲି ନିର୍ବାଚନ ପରିଣାମ ପ୍ରମାଣ କରୁଛି।

ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଭାରତ ଆନ୍ଦୋଳନରୁ ଜନ୍ମ ନେଇଥିଲା ଆମ୍‌ ଆଦମୀ ପାର୍ଟି। ଏହି ଆନ୍ଦୋଳନ ଜରିଆରେ ସମଗ୍ର ଭାରତରେ ପ୍ରସାରିତ କଂଗ୍ରେସ ବିରୋଧୀ ବାତାବରଣର ଫାଇଦା ନେଇଥିଲେ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ବିଜେପି। ଦିଲ୍ଲୀର ଆପ୍‌ ସରକାର ବିରୋଧରେ ଏଯାଏଁ କୌଣସି ଦୁର୍ନୀତି ଅଭିଯୋଗ ଉଠି ନାହିଁ। କିନ୍ତୁ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାର ବିରୋଧରେ ଏକାଧିକ ଦୁର୍ନୀତି ଅଭିଯୋଗ ଉଠିଲାଣି। ୨୦୧୪ ନିର୍ବାଚନ ପୂର୍ବରୁ ବିକାଶର ମନ୍ତ୍ର ଫୁଙ୍କିଥିଲା ବିଜେପି। ମୋଦୀଙ୍କ ସବ୍‌ କା ସାଥ୍‌ ସବ୍‌ କା ବିକାଶ ସ୍ଲୋଗାନ ଅନେକ ଲୋକଙ୍କୁ ପସନ୍ଦ ଲାଗିଥିଲା। କିନ୍ତୁ ୨୦୧୯ ନିର୍ବାଚନ ପରଠୁଁ ଭାରତ ସରକାରଙ୍କ କାର୍ଯ୍ୟକ୍ରମରେ ସବ୍‌ କା ବିକାଶ ନଥିବା ପରି ବୋଧ ହେଉଛି। ଗତ ବର୍ଷକ ଭିତରେ ବିକାଶ ଅପେକ୍ଷା ପାକିସ୍ତାନ, ନାଗରିକତା ଓ ଦେଶଦ୍ରୋହ କଥା ଅଧିକ ଶୁଣାଯାଉଛି। ଭାରତ ସରକାରଙ୍କର ଅନେକ କାର୍ଯ୍ୟକ୍ରମ ମଧ୍ୟ ଏହି ଦିଗରେ ଅଭିପ୍ରେତ ରହିଛି। ଅନ୍ୟପକ୍ଷରେ କେଜ୍ରିୱାଲ ତାଙ୍କର ମୂଳ ବିଜୁଳି ଓ ପାଣି କାର୍ଯ୍ୟକ୍ରମରୁ ଓହରି ନାହାନ୍ତି। ଶସ୍ତା ଓ ନିର୍ବିଚ୍ଛିନ୍ନ ବିଜୁଳି ଓ ପାଣି ଯୋଗାଣ ତାଙ୍କ ସରକାରର ଏକ ବଡ଼ ଧରଣର ସଫଳତା। ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉ ନଥିଲେ ମଧ୍ୟ ଆପ୍‌ ସରକାର ବାହାରୁ ବିଜୁଳି କିଣି ସମଗ୍ର ଦେଶରେ ସବୁଠୁଁ ଶସ୍ତାରେ ଯୋଗାଉଛନ୍ତି, ତାହା ପୁଣି ୨୪ ଘଣ୍ଟିଆ। ପ୍ରଥମ ୨୦୦ ୟୁନିଟ ମାଗଣା। ଠିକ ସେହିପରି ୨୦ ହଜାର ଲିଟର ଯାଏଁ ପାଣି ମାଗଣା ଦେଉଛନ୍ତି ଦିଲ୍ଲୀ ସରକାର। ଏହା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଆଖିଦୃଶିଆ ଉନ୍ନତି। ଆପ୍‌ ସରକାରଙ୍କ ୫ ବର୍ଷ ମଧ୍ୟରେ ଦିଲ୍ଲୀର ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକ ଫି ବଢ଼ାଇ ପାରି ନାହାନ୍ତି। ଅଧିକନ୍ତୁ ଦିଲ୍ଲୀ ସରକାରଙ୍କ ଅଧୀନସ୍ତ ସ୍କୁଲଗୁଡ଼ିକର ଭିତ୍ତିଭୂମିର ଆଧୁନିକୀକରଣ କରାଯାଇଛି ଓ ଶିକ୍ଷାଦାନ ପଦ୍ଧତିରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଛି। ସ୍କୁଲ ପରିଚାଳନାରେ ଅଭିଭାବକମାନଙ୍କୁ ସାମିଲ କରାଯାଇଛି। ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ନିୟମିତ ବୈଠକ ଓ ଭାବ ବିନିମୟ ଜରିଆରେ ସରକାରୀ ସ୍କୁଲଗୁଡ଼ିକ ଶିକ୍ଷାଦାନରେ ଘରୋଇ ସ୍କୁଲଠାରୁ ବି ଅଧିକ ପ୍ରଗତି ହାସଲ କରିଛନ୍ତି ଯେଉଁଥିପାଇଁ ଅନେକ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଘରୋଇ ସ୍କୁଲରୁ ଫେରାଇ ଆଣି ସରକାରୀ ସ୍କୁଲରେ ଭର୍ତ୍ତି କରିଛନ୍ତି। ଏହା ଆପ୍‌ ସରକାରଙ୍କର ଅନ୍ୟ ଏକ ବଡ଼ ଧରଣର ସଫଳତା। ମହଲା କ୍ଲିନିକ ଜରିଆରେ ପ୍ରାୟ ପ୍ରତି କଲୋନୀରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିଛି। ଦିଲ୍ଳୀର ପ୍ରଦୂଷଣ ସମସ୍ୟାରେ କେନ୍ଦ୍ର ଓ ପଡ଼ୋଶୀ ରାଜ୍ୟ ସରକାରଗୁଡ଼ିକର ଯୋଗଦାନ ଥିଲେ ମଧ୍ୟ ତାହାର ମୁକାବିଲା କରିବାରେ ଦିଲ୍ଲୀ ସରକାର ଯୋଡ଼ବିଯୋଡ଼ ନମ୍ବର ଗାଡ଼ି ଚାଳନା, ଜଳ ସିଞ୍ଚନ ଆଦି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳାମାନଙ୍କ ପାଇଁ ସରକାରୀ ବସ୍‌ ଯାତ୍ରା ମାଗଣା କରାଯାଇଛି। ସରକାରର ଏହିସବୁ ହାସଲ ସଂପର୍କରେ ପ୍ରଚାର କରୁଥିଲା ଆପ୍‌। ଏପରିକି ନିଜେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେଇ କହୁଥିଲେ ଯଦି ଆମ କାମ ଉପରେ ଆପଣମାନେ ସନ୍ତୁଷ୍ଟ ନାହାନ୍ତି ତେବେ ବିଜେପିକୁ ଭୋଟ୍‌ ଦିଅନ୍ତୁ, ଯଦି କାମ ନେଇ ସନ୍ତୁଷ୍ଟ ତେବେ ଆପ୍‌କୁ ଭୋଟ୍‌ ଦିଅନ୍ତୁ। ତାଙ୍କର ଏଭଳି ଆବେଦନ ଲୋକମାନଙ୍କ ବିଚାରକୁ ପ୍ରଭାବିତ କରିଥିବା ଏବେ ପରିଣାମରୁ ସ୍ପଷ୍ଟ ହୋଇଛି। ଲୋକଙ୍କ ବିଚାରରେ ଆପ୍‌ ସରକାର କାମ କରିଛି। ଅପରପକ୍ଷରେ ମୋଦୀ ହୁଅନ୍ତୁ ବା ଶାହା ଦିଲ୍ଲୀ ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ତାହାର ପ୍ରଚାର ନକରି ନାଗରିକତା, ମୁସଲମାନ ଓ ପାକିସ୍ତାନ କଥା କହି ଭୋଟ ଜିଣିବାକୁ ପ୍ରୟାସ କରିଥିଲେ। ତାହା ଫଳପ୍ରସୂ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story