Advertisment

ଆତଙ୍କବାଦୀ ଷଡଯନ୍ତ୍ର ମାମଲା: ଅବଦୁଲ ରେହମାନ ସମେତ ୪ ଜଣଙ୍କୁ ମିଳିଲା ଜେଲ୍‌ ଦଣ୍ଡ

ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର ମାମଲାରେ ଲିପ୍ତ ଥିବା ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ ପରେ ଆଜି ସଜା ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।

author-image
Niranjan Mishra
ଅଦ୍ୟତନ ହୋଇଛି
Abdul Rehman

Abdul Rehman

ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର ତଥା ଦେଶଦ୍ରୋହ ମାମଲାରେ ଲିପ୍ତ ଥିବା ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ ପରେ ଆଜି ସଜା ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ସେମାନଙ୍କ ମଧ୍ୟରେ କଟକରୁ ଗିରଫ ହୋଇଥିବା ମହମ୍ମଦ ଅବଦୁଲ ରେହମାନ ମଧ୍ୟ ରହିଛି।

Advertisment

ପ୍ରତ୍ୟେକ ଦୋଷୀଙ୍କୁ ୭ ବର୍ଷ ୫ ମାସ ଲେଖାଏଁ ଜେଲ୍ ଓ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ହୋଇଛି। ଦୋଷୀ ସାବ୍ୟସ୍ତ ଅନ୍ୟମାନେ ହେଲେ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମି।

ଦିଲ୍ଲୀ ପୁଲିସ ସୂଚନାନୁସାରେ, କଟକରୁ ଗିରଫ ହୋଇଥିବା ଅବଦୁଲ ରେହମାନ ବେଆଇନ ଭାବେ ପାକିସ୍ତାନ ଗସ୍ତ କରିଥିଲା। ସେଠାରେ ଆତଙ୍କବାଦୀ ଟ୍ରେନିଂ ନେଇଥିଲା। ପରେ ଭାରତ ଫେରି ଆତଙ୍କବାଦୀ ଷଡଯନ୍ତ୍ରରେ ଜଡ଼ିତ ଥିଲା। ୨୦୧୫ରେ ଦିଲ୍ଲୀ ପୁଲିସ ଆତଙ୍କବାଦୀ ଲିଙ୍କ୍‌ରେ ଥିବା ଅବଦୁଲ୍‌ ରେହମାନ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା।

Advertisment

ଜେଲ ଦଣ୍ଡ ଶୁଣାଣି ସରିବା ପରେ ଅବଦୁଲର ଓକିଲ ଆକ୍ରମ୍ ଖାନ୍‌ କହିଛନ୍ତି, ସମସ୍ତ ମୁଦାଲାଙ୍କୁ କମ୍ ଦଣ୍ଡ ଶୁଣାଇବାକୁ କୋର୍ଟରେ ଅପିଲ କରାଯାଇଥିଲା। କାରଣ ସେମାନଙ୍କ ଘରେ ଏବେ ରୋଜଗାରକ୍ଷମ କେହି ନାହାନ୍ତି। ସେମାନେ ହିଁ ପରିବାରର ଏକମାତ୍ର ଭରସା। ତେଣୁ କୋର୍ଟ ନିବେଦନକୁ ବିଚାର କରି ଜେଲ ଦଣ୍ଡ ଶୁଣାଇଥିଲେ। ଏବେ ଦୋଷୀମାନେ ପ୍ରାୟ ୭ ବର୍ଷ ୨ ମାସ ଜେଲ ଦଣ୍ଡ ଭୋଗି ସାରିଲେଣି। ତେଣୁ ଖୁବ୍‌ଶୀଘ୍ର ସେମାନେ ଜେଲ୍‌ରୁ ମୁକୁଳିବେ। ମୁଦାଲ ପକ୍ଷ ଚାହିଁଲେ ଏହି ମାମଲା ନେଇ ଉଚ୍ଚ କୋର୍ଟର ମଧ୍ୟ ଦ୍ୱାରସ୍ଥ ହେବୁ।

Terrorists