ଦିଲ୍ଲୀରୁ ଫେରିଲେ ନବୀନ, ବିଜେପି-ବିଜେଡି ଡିଲ ଅଭିଯୋଗକୁ ଅସ୍ୱୀକାର

ଭୁବନେଶ୍ୱର: ସାତ ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି ଭୁବନେଶ୍ୱର ଫେରିଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସଫଳ ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ତାଙ୍କର ସାକ୍ଷାତ ସଫଳ ରହିଛି ବୋଲି ନବୀନ କହିଥିଲେ। ସେହିପରି ବିଜେଡି ଓ ବିଜେପି ମଧ୍ୟରେ କୌଣସି ଡିଲ୍ ହୋଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନୂଆଦିଲ୍ଲୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ […]

Naveen

Naveen

Rakesh Mallick
  • Published: Tuesday, 12 May 2015
  • Updated: 12 May 2015, 10:51 AM IST

Sports

Latest News

ଭୁବନେଶ୍ୱର: ସାତ ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି ଭୁବନେଶ୍ୱର ଫେରିଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସଫଳ ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ତାଙ୍କର ସାକ୍ଷାତ ସଫଳ ରହିଛି ବୋଲି ନବୀନ କହିଥିଲେ। ସେହିପରି ବିଜେଡି ଓ ବିଜେପି ମଧ୍ୟରେ କୌଣସି ଡିଲ୍ ହୋଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ନୂଆଦିଲ୍ଲୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟରେ କୃଷିର ଉନ୍ନତି ନେଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟର ୬ଟି ଜିଲ୍ଲାକୁ ଜାତୀୟ ଉଦ୍ୟାନ କୃଷି ମିଶନରେ ସାମିଲ କରିବାକୁ ସେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହା ସହିତ କୃଷି କ୍ଷେତ୍ରରେ କେନ୍ଦ୍ରୀୟ ସହାୟତାକୁ ବୃଦ୍ଧି କରିବାକୁ ବି ସେ ଦାବି ଜଣାଇଥିଲେ।

ସାକ୍ଷାତକାର ପରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ କହିଥିଲେ ଯେ ଓଡ଼ିଶାର ୬ଟି ସ୍ଥାନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସହଯୋଗ କରାଯିବ। ରାଜ୍ୟ ସରକାରଙ୍କ ଦାବି ମୁତାବକ ସାର ଯୋଗାଇ ଦିଆଯିବ। ସେହିପରି ରାଜ୍ୟର ଆଖୁ ଚାଷୀମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ଓ ପୃଥକ ଭାବେ ସାହାଯ୍ୟ କରାଯିବ।

ସେହିପରି ମେ’୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ବେଳେ ମୁଖ୍ୟମନ୍ତ୍ରୀ କୋରାପୁଟ, ପୁରୀ, ବାଲେଶ୍ୱର, ବାରିପଦା ଓ ବଲାଙ୍ଗୀରରେ ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅଗ୍ରାଧିକାର ଭିତ୍ତିରେ ୧୮୭୩ କୋଟି ଟଙ୍କା ପ୍ରଦାନ କରିବାକୁ ବି ଦାବି କରିଥିଲେ। କଟକ ସ୍ଥିତ ମେଣ୍ଟାଲ ହେଲଥ୍ ସେଣ୍ଟରର ଉନ୍ନତୀକରଣ ପାଇଁ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ଜଣାଇଥିଲେ। ଏହି ସେଣ୍ଟରକୁ ସୁପର ସ୍ପେଶାଲିଟି କରିବା ପାଇଁ ସେ କହିଥିଲେ। ସମ୍ବଲପୁରରେ ଡ୍ରଗ୍ସ ଟେଷ୍ଟ ଲାବୋରଟୋରୀ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story