Advertisment

ଅନ୍ଧାରରେ ଚାଲୁଛି ଛୁରି, କତୁରି, କଇଁଚି; ମହମବତି ଆଲୁଅରେ ଅପରେସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ଧାରରେ ଚାଲୁଛି ଛୁରି, କତୁରି, କଇଁଚି। ମହମବତି ଆଲୁଅ, ନଚେତ୍ ମୋବାଇଲ ଟର୍ଚ୍ଚରେ ହେଉଛି ଦୁର୍ଘଟଣାରେ ଗୁରୁତର ଏବଂ ଆସନ୍ନ ପ୍ରସୂତିଙ୍କ ଅପରେସନ। ରାଜ୍ୟରେ ମୁହଁମାଡି ପଡ଼ିଛି ସରକାରୀ ଡାକ୍ତରଖାନା ଚିକିତ୍ସା ବ୍ୟବସ୍ଥା। ନିୟମ କହୁଛି ଗୋଟାଏ ମିନିଟ୍ ବି ଅନ୍ଧାରରେ ରହିବନି ସରକାରୀ ଡାକ୍ତରଖାନା କିମ୍ବା ରୋଗୀ। ହେଲେ ରାଜ୍ୟର ସରକାରୀ ଡାକ୍ତରଖାନା କେବଳ ଅନ୍ଧାରରେ ରହୁନି ବରଂ ଜାରୁରୀ ଅପରେସନ ମଧ୍ୟ ଅନ୍ଧାରରେ ହେଉଛି। ରୋଗୀଙ୍କ ଜୀବନ ବଞ୍ଚାଇବା ନିମନ୍ତେ ନର୍ସ, […]

ଅଦ୍ୟତନ ହୋଇଛି
ଅନ୍ଧାରରେ ଚାଲୁଛି ଛୁରି, କତୁରି, କଇଁଚି; ମହମବତି ଆଲୁଅରେ ଅପରେସନ

mediacal

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ଧାରରେ ଚାଲୁଛି ଛୁରି, କତୁରି, କଇଁଚି। ମହମବତି ଆଲୁଅ, ନଚେତ୍ ମୋବାଇଲ ଟର୍ଚ୍ଚରେ ହେଉଛି ଦୁର୍ଘଟଣାରେ ଗୁରୁତର ଏବଂ ଆସନ୍ନ ପ୍ରସୂତିଙ୍କ ଅପରେସନ। ରାଜ୍ୟରେ ମୁହଁମାଡି ପଡ଼ିଛି ସରକାରୀ ଡାକ୍ତରଖାନା ଚିକିତ୍ସା ବ୍ୟବସ୍ଥା। ନିୟମ କହୁଛି ଗୋଟାଏ ମିନିଟ୍ ବି ଅନ୍ଧାରରେ ରହିବନି ସରକାରୀ ଡାକ୍ତରଖାନା କିମ୍ବା ରୋଗୀ। ହେଲେ ରାଜ୍ୟର ସରକାରୀ ଡାକ୍ତରଖାନା କେବଳ ଅନ୍ଧାରରେ ରହୁନି ବରଂ ଜାରୁରୀ ଅପରେସନ ମଧ୍ୟ ଅନ୍ଧାରରେ ହେଉଛି। ରୋଗୀଙ୍କ ଜୀବନ ବଞ୍ଚାଇବା ନିମନ୍ତେ ନର୍ସ, ନଚେତ୍ ରୋଗୀର ସମ୍ପର୍କୀୟ କ୍ୟାଣ୍ଡେଲ କିମ୍ବା ମୋବାଇଲ ଲାଇଟ୍ ଧରି ଠିଆ ହେଉଛି। ସେହି ଲାଇଟରେ ଡାକ୍ତର ସାଧ୍ୟ ମୁତାବକ ଚିକିତ୍ସା କରୁଛନ୍ତି। ଆଧୁନିକ ଚିକିତ୍ସା ତ ମିଳୁନି, ଓଲଟା ରୋଗୀଙ୍କୁ ହତାସ ହେବାକୁ ପଡ଼ୁଛି। ରୋଗୀଙ୍କ ଜୀବନ ପ୍ରତି ଖେଳ ଖେଳାଯାଉଛି। ମୋ ସରକାର ବ୍ୟବସ୍ଥା ଏକ ମୂଲ୍ୟହୀନ ଘୋଷଣା ହୋଇ ରହିଯାଇଛି। ଯାହାର ନିଚ୍ଛକ ଛବି ବଲଙ୍ଗୀରର ପାଟଣାଗଡ଼, ଗଞ୍ଜାମର ପୋଲସରାରୁ ଆସିଛି। ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଓ ଅନ୍ୟଟି ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର। ଗତକାଲି ରାତିର ଚିତ୍ର। ପାଟଣାଗଡ଼ର ବାଲିପଟା ପଡ଼ିଆଜୋର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଗୁରୁତର ୪ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପାଟଣାଗଡ଼ ଉପଖଣ୍ଡିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେତେବେଳକୁ ପାଓ୍ୱାର କଟ୍ ପାଇଁ ଅନ୍ଧାରରେ ଥିଲା ପୂରା ମେଡିକାଲ। ଜରୁରୀକାଳୀନ ସେବା କୋଠରୀରେ ବି ଲାଇଟର କୌଣସି ବ୍ୟବସ୍ଥା ନଥିଲା। ତେଣୁ ଦାୟିତ୍ୱରେ ଥିବା ଡାକ୍ତର ବାଧ୍ୟ ହୋଇ ମୋବାଇଲ ଲାଇଟର ସାହାରା ନେଇ ରୋଗୀଙ୍କ ଜୀବନ ବଞ୍ଚାଇବା ନିମନ୍ତେ ଅପରେସନ ଆରମ୍ଭ କରିଥିଲେ।

Advertisment

ଏନେଇ ପାଟଣାଗଡ଼ ଉପଖଣ୍ଡ ମେଡିକାଲ ମେଡିକାଲ ଅଫିସର ପୀତବାସ ସା କହିଛନ୍ତି, ଜେନେରେଟର ତାର ଛିଡି ଯାଇଥିଲା। ଏହାକୁ ତିଆରି କରିବାକୁ ଟେକନିସିଆନ ନ ଆସିବାରୁ ମେଡିକାଲ ଅନ୍ଧାର ରହିଥିଲା। ତଥାପି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଆବଶ୍ୟକ ଚିକିତ୍ସା କରାଯାଇଥିଲା।

ଅନୁରୂପ ଦୃଶ୍ୟ ଗଞ୍ଜାମପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି। ଗତ ସୋମବାର ରାତିରେ ଗର୍ଭଯନ୍ତ୍ରଣା ପାଇ ଡାକ୍ତରଖାନା ଆସିଥିଲେ ଜଣେ ଆସନ୍ନ ପ୍ରସବା। କିନ୍ତୁ ସେତେବେଳକୁ ଲାଇନ୍ ନ ଥିଲା। ଡାକ୍ତରଖାନାରେ ରାଜୁତି କରୁଥିଲା ଅନ୍ଧକାର। ଏମିତିକି ଗୁରୁତ୍ୱପୂର୍ଣ୍ଣ ଲେବର ରୁମରେ ବି ନା ଇନର୍ଭଟର ଥିଲା ନା ଜେନରେଟର। କୌଣସି ବିକଳ୍ପ ବ୍ୟବସ୍ଥା କାମ କରୁ ନଥିଲା। ତେଣୁ ମୋବାଇଲ ଲଇଟ୍ ଓ ମହମବତୀ ଆଲୁଅରେ ଅପରେସନ କରି ଛୁଆ କରାଇବାର ବ୍ୟବସ୍ଥା କରିଥିଲେ ଡାକ୍ତର। ଛୁଆ ଓ ମା’ର ଜୀବନ ସହ ସରକାରୀ ଡାକ୍ତରଖାନାରେ ଖେଳ ଖେଳାଯିବାକୁ ନେଇ ପ୍ରସୂତିଙ୍କ ସମ୍ପର୍କୀୟ ଅସନ୍ତୋଷ ଝାଡିଥିଲେ। ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଜ୍ଞା ପ୍ରଥମା କହିଛନ୍ତି, ଡାକ୍ତରଖାନା ପରିଚାଳନା ବ୍ୟବସ୍ଥାର ତ୍ରୁଟି ଯୋଗୁ ଏଭଳି ଘଟଣା ଘଟୁଛି। ଗୁରୁତର ରୋଗୀ ଆସିଲେ ମଧ୍ୟ ଚିକିତ୍ସା ନିମନ୍ତେ କିଛି କରି ହେଉନି।

Advertisment

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଅନ୍ତର୍ଗତ ଆସିକା ଡାକ୍ତରଖାନାରେ ପାଓ୍ୱାର କଟ୍ ପରେ ବିଜୁଳିର ବିକଳ୍ପ ନାହିଁ। ତେଣୁ ପ୍ରବଳ ରୋଗଯନ୍ତ୍ରଣା ସାଙ୍ଗକୁ ଗରମରେ ଛଟପଟ ହେଉଛନ୍ତି ରୋଗୀ। ସେହିଭଳି ନବରଙ୍ଗପୁରଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମାନ ଅବସ୍ଥା।

ବିଦ୍ୟୁତ ବଳକା ଦାବି କରୁଥିବା ରାଜ୍ୟ ଓଡ଼ିଶାରେ ଖରାଦିନେ ଘନ ଘନ ପାଓ୍ୱାର କଟ୍। ତେଣେ ସମସ୍ୟାରେ ସବୁଠୁ ଅଧିକ ଜର୍ଜରିତ ବିଭିନ୍ନ ସରକାରୀ ଡାକ୍ତରଖାନା। ଓମ୍ସା ସମ୍ପାଦକ ଡାକ୍ତର ବିଶ୍ୱଜିତ ସାମଲ କହିଛନ୍ତି, ଡାକ୍ତରଖାନାରେ ୨୪ ଘଣ୍ଟିଆ ଲାଇନ୍ ରହିବା କଥା। ଯଦି କରାଯାଉନି ତେବେ ପରିଚାଳନା ବ୍ୟବସ୍ଥାରେ ତ୍ରୁଟି ନିଶ୍ଚୟ ରହିଛି। ଯିଏ ଦାୟିତ୍ୱରେ ଖିଲାପ କରୁଛି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।

Medical Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe