Advertisment

ନର୍ଲା ଆସନ ପାଇଁ ବିଜେଡି ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଜଣେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ କଳାହାଣ୍ଡି ଓବିସି ସେଲ୍‌ ଦାବି କରିଛି। ଏନେଇ ବୁଧବାର କଳାହାଣ୍ଡି ଓବିସି ସେଲର ସଭାପତି ରୋହିତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି। ତେବେ ନର୍ଲା ବିଧାନସଭା କ୍ଷେତ୍ର ସାଧାରଣ ବର୍ଗ ପାଇଁ […]

author-image
Rajalaxmi Sahu
ନର୍ଲା ଆସନ ପାଇଁ ବିଜେଡି ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି

bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଜଣେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ କଳାହାଣ୍ଡି ଓବିସି ସେଲ୍‌ ଦାବି କରିଛି।

Advertisment

ଏନେଇ ବୁଧବାର କଳାହାଣ୍ଡି ଓବିସି ସେଲର ସଭାପତି ରୋହିତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି।

ତେବେ ନର୍ଲା ବିଧାନସଭା କ୍ଷେତ୍ର ସାଧାରଣ ବର୍ଗ ପାଇଁ ସଂରକ୍ଷିତ ରହିଛି। କିନ୍ତୁ ନର୍ଲାରେ ୬୨ ପ୍ରତିଶତ ପଛୁଆ ବର୍ଗର ଲୋକ ରହିଥିବାବେଳେ ବିଜେଡି ପକ୍ଷରୁ ଦୀର୍ଘ ଦିନ ହେବ ବିଧାୟକ କିମ୍ବା ସାଂସଦ ହେବାପାଇଁ ପଛୁଆ ବର୍ଗକୁ ସୁଯୋଗ ମିଳିନାହିଁ ବୋଲି କଳାହାଣ୍ଡି ଓବିସି ସେଲ୍‌ ଅଭିଯୋଗ କରିଛି।

Advertisment