ଢେଙ୍କାନାଳ: ଘରେ ନିଆଁ ଲାଗି ୬ ଶିଶୁ ଆହତ

ଢେଙ୍କାନାଳ: ପର୍ଜଙ୍ଗ ଥାନା ଅନ୍ତର୍ଗତ ନାଉପାଳକାଟେଣି ଗାଁର ଏକ ଘରେ ନିଆଁ ଲାଗି ୬ଜଣ ଶିଶୁଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛିନାଉପାଳକାଟେଣି ଗାଁର ଭିକାରୀ ବାରିକଙ୍କ ଘରେ। ଆହତଙ୍କ ମଧ୍ୟରେ ଅଛନ୍ତି ଶୁଭମ୍ ବାରିକ୍, ପ୍ରତୀମ ବାରିକ, ତପସ୍ୱିନୀ ବାରିକ, ସତ୍ୟମ ବାରିକ୍ ଓ ସୁଭଦ୍ରା ବାରିକ। ଗୃହକର୍ତ୍ତା ଭିକାରୀ ଓ ତାଙ୍କ ପତ୍ନୀ ବାସନ୍ତୀ ମଧ୍ୟ ଆହତ ହୋଇ ପର୍ଜଙ୍ଗ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୌଣସି କାରଣରୁ ମଙ୍ଗଳବାର ଭିକାରୀଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଘରର ଏକ କାନ୍ଥ ମଧ୍ୟ ଭୁଷୁଡି ପଡିଥିଲା।