Advertisment

୪୭ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ତିଲେଇବଣି ବିଡିଓ ଗିରଫ

ଦେବଗଡ଼: ମଧୁସୂଦନ ପେନସନ୍ ଯୋଜନାରେ ଅର୍ଥ ତୋଷାରପାତ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ବିଡିଓ ଧରଣୀଧର ନାୟକଙ୍କୁ ଗୁରୁବାର ଗିରଫ କରିଛି ବୋଡ଼େନ୍ ପୋଲିସ୍। ତାଙ୍କ ନାଁରେ ୪୭ ଲକ୍ଷ ଟଙ୍କାର ଅର୍ଥ ତୋଷାରପାତ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଧରଣୀଧର ନାୟକ ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍ ବିଡିଓ ଥିବା ବେଳେ ମଧୁସୂଦନ ପେନସନ୍ ଯୋଜନାରେ ୪୭ ଲକ୍ଷ ଟଙ୍କାର ଅର୍ଥ ତୋଷାରପାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଉପ-ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ […]

ଅଦ୍ୟତନ ହୋଇଛି
୪୭ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ତିଲେଇବଣି ବିଡିଓ ଗିରଫ

vigilance

Advertisment

ଦେବଗଡ଼: ମଧୁସୂଦନ ପେନସନ୍ ଯୋଜନାରେ ଅର୍ଥ ତୋଷାରପାତ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ବିଡିଓ ଧରଣୀଧର ନାୟକଙ୍କୁ ଗୁରୁବାର ଗିରଫ କରିଛି ବୋଡ଼େନ୍ ପୋଲିସ୍। ତାଙ୍କ ନାଁରେ ୪୭ ଲକ୍ଷ ଟଙ୍କାର ଅର୍ଥ ତୋଷାରପାତ ଅଭିଯୋଗ ହୋଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଧରଣୀଧର ନାୟକ ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍ ବିଡିଓ ଥିବା ବେଳେ ମଧୁସୂଦନ ପେନସନ୍ ଯୋଜନାରେ ୪୭ ଲକ୍ଷ ଟଙ୍କାର ଅର୍ଥ ତୋଷାରପାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଉପ-ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ସେ ଅର୍ଥ ହେରଫେର୍ କରିଥିବା ଅଭିଯୋଗ ହୋଇଛି। ଏନେଇ ୨୦୧୪ରେ ବୋଡ଼େନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲେ। ସେହି ମାମଲାରେ ବୋଡ଼େନ୍ ଥାନା ପୋଲିସ୍ ଆଜି ସକାଳେ ତାଙ୍କୁ ଗିରଫ କରିଛି। ତେବେ ଏ ସଂପର୍କରେ ଅଧିକ କିଛି ସୂଚନା ଦେବାକୁ ବୋଡ଼େନ୍ ପୋଲିସ୍ ମନା କରି ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe