ଦେବଗଡ଼: ବିଦ୍ୟୁତ୍ ସଂଯୋଗ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

ଦେବଗଡ଼: ବିପିଏଲ ପରିବାରମାନଙ୍କୁ  ବିଦ୍ୟୁତ ସଂଯୋଗ  ନ ଦିଆଯବା ପ୍ରତିବାଦରେ  ଶୁକ୍ରବାର ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ବାରକୋଟ ବ୍ଲକ ଅନ୍ତର୍ଗତ ଶିବପାଲି ଓ ଚାପବାହାଳ ଗାଁର ଲୋକେ। ଡିବିରି ଓ ଲଣ୍ଠନ ଧରି ଏହି ଲୋକମାନେ ଧାରଣରେ ବସିଥିଲେ। ପରେ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକ ଧାରଣରୁ ଉଠିଥିଲେ। ଏହି ଦୁଇ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି ଓ ତାର ବି ଟଣା […]

dharana

Rakesh Mallick
  • Published: Friday, 22 May 2015
  • , Updated: 22 May 2015, 11:24 AM IST

ଦେବଗଡ଼: ବିପିଏଲ ପରିବାରମାନଙ୍କୁ  ବିଦ୍ୟୁତ ସଂଯୋଗ  ନ ଦିଆଯବା ପ୍ରତିବାଦରେ  ଶୁକ୍ରବାର ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ବାରକୋଟ ବ୍ଲକ ଅନ୍ତର୍ଗତ ଶିବପାଲି ଓ ଚାପବାହାଳ ଗାଁର ଲୋକେ। ଡିବିରି ଓ ଲଣ୍ଠନ ଧରି ଏହି ଲୋକମାନେ ଧାରଣରେ ବସିଥିଲେ। ପରେ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକ ଧାରଣରୁ ଉଠିଥିଲେ।

ଏହି ଦୁଇ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି ଓ ତାର ବି ଟଣା ଯାଇଛି। ହେଲେ ସରକାରୀ ଯୋଜନା ଅନୁଯାୟୀ ହିତାଧିକାରୀ ମାନଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ । ଏବେ ଖରା ବଢ଼ିଥିବା ଯୋଗୁଁ ଲୋକ ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି।

Related story